ETV Bharat / state

ଭଡା ଘରୁ ଯୁବତୀ ମୃତଦେହ ଉଦ୍ଧାର, ସନ୍ଦେହ ବଢାଇଲା ଡାଏରୀ

author img

By ETV Bharat Odisha Team

Published : Oct 26, 2023, 11:37 AM IST

ବନ୍ଦ ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମ ଜନିତ କାରଣରୁ ଯୁବତୀ ଜଣଙ୍କ ଜୀବନ ହାରିଥିବା ସନ୍ଦେହ । ଅଧିକ ପଢନ୍ତୁ
young woman hanging dead body found
young woman hanging dead body found

young woman hanging dead body found

ସମ୍ବଲପୁର: ବନ୍ଦ କୋଠରୀରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭଡାରେ ରହୁଥିବା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଘଟିଛି ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ଡ୍ରାଇଭର କଲୋନୀରେ । ଯୁବତୀ ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରାଯାଇଛି । ମୃତ ଯୁବତୀ ହେଉଛନ୍ତି ସୋନାଲି ବେହେରା । ଧନୁପାଲି ଅଞ୍ଚଳରେ ଥିବା ଏକ ସୁନା ଦୋକାନରେ ସେ କାମ କରୁଥିଲେ l

ଏହା ମଧ୍ୟ ପଢନ୍ତୁ-ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଜନିତ ମୃତ୍ୟୁ ଅନୁମାନ

ମଙ୍ଗଳବାର ସେ ତାଙ୍କ ଗାଁ ଯୁଜୁମୁରା ବାରଲେରୁ ସମ୍ବଲପୁର ସହରକୁ ଆସିଥିଲେ । ରାତିରେ ଦୁର୍ଗାପୂଜା ଦେଖି ୯ଟା ୩୦ ମିନିଟରେ ଭଡା ଘରକୁ ଫେରିଥିଲେ । ଏହା ପରେ ବୁଧବାର ସକାଳୁ ଦୀର୍ଘ ସମୟ ଧରି କବାଟ ଖୋଲିନଥିଲେ । ଏହାପରେ ପାଖରେ ରହୁଥିବା ପଡୋଶୀ ଝରକା ପଟେ ଦେଖିବା ବେଳେ ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତକଙ୍କ ନିକଟରୁ ପୋଲିସ ଏକ ଡ଼ାଏରୀ ଜବତ କରିଛି । ଡ଼ାଏରୀରେ କଣ ଲେଖା ହୋଇଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏକ ଯୁବକଙ୍କ ସମ୍ପର୍କରେ କିଛି ଲେଖା ହୋଇଥିବା କୁହାଯାଉଛି । ପ୍ରେମ ଜନିତ କାରଣରୁ ଯୁବତୀ ଜଣଙ୍କ ଜୀବନ ହାରିଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

ସୂଚନା ଥାଉକି, ଗତ ଅକ୍ଟୋବର 19ରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅମୃତ ବିହାର ସ୍ଥିତ ଟ୍ରଷ୍ଟ ଫଣ୍ଡ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ ହୋଇଥିଲା । ଛାତ୍ର ଜଣକ ଯୁକ୍ତ ବାଣିଜ୍ୟ ବିଭାଗରେ ପଢ଼ୁଥିବା ଘନଶ୍ୟାମ କରୁଆଁ । ଘନଶ୍ୟାମଙ୍କ ଘର କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ।

ଗତ ଅକ୍ଟୋବର 8 ତାରିଖରେ କନ୍ଧମାଳର ଜି ଉଦୟଗିରି ଥାନା ଅନ୍ତର୍ଗତ ଗଡ଼ାବିସା ଛକରେ ଥିବା ଏକ ବରଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ପାରିପାର୍ଶ୍ୱିକ ପରିସ୍ଥିତି ଦେଖିବା ପରେ ପୋଲିସ ଏହା ଏକ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରୁଥିଲା । ମୃତକ ଗ୍ରାଇଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କାକାମାହା ଗ୍ରାମର ୬୫ ବର୍ଷୀୟ ସୁରେନ୍ଦ୍ର ବିନ୍ଧାଣି ବୋଲି ଜଣା ପଡ଼ିଥିଲା । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.