ETV Bharat / state

କନ୍ୟାକୁ ଛାଡିବାକୁ ଯାଉଥିବା ବେଳେ ଓଲଟିଲା ଗାଡି, 10 ଆହତ

author img

By

Published : Feb 13, 2023, 7:40 AM IST

Updated : Feb 13, 2023, 9:39 AM IST

ସମ୍ବଲପୁରରେ ବାହାଘର ଗାଡ଼ି ଦୁର୍ଘଟଣା
accident in sambalpur

ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଓଲଟିଲା କନ୍ୟାଯାତ୍ରୀ ଗାଡ଼ି । 10 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

କନ୍ୟାକୁ ଛାଡିବାକୁ ଯାଉଥିବା ବେଳେ ଓଲଟିଲା ଗାଡି

ସମ୍ବଲପୁର: ଭାରସାମ୍ୟ ହରାଇ ଓଲଟି ପଡ଼ିଲା କନ୍ୟାଯାତ୍ରୀ ଗାଡ଼ି । ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ନକ୍ସାପାଲି ଠାରେ ପିକ ଭ୍ୟାନ ଓଲଟି ଯିବା ଫଳରେ ଗାଡ଼ିରେ ଥିବା 10 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସମ୍ବଲପୁର ଧନୁପାଲି ଅନ୍ତର୍ଗତ ନକ୍ସାପାଲି ନିକଟରେ ଏହି ବାହାଘର ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ସନ୍ଧ୍ୟା ପ୍ରାୟ 6.30ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ଗାଡିଟି ସମ୍ବଲପୁର ସିନ୍ଦୁରପଙ୍କ ଠାରୁ ଯୁଜୁମୁରା ବ୍ଲକ ନାରଙ୍ଗୀପାଳି ଗ୍ରାମକୁ ଯାଉଥିଲା । ସିନ୍ଦୁରପଙ୍କ ଠାରେ କନ୍ୟାକୁ ବର ଘରେ ଛାଡି ଯୁଜୁମୁରା ଅଭିମୁଖେ କନ୍ୟା ପକ୍ଷର ଲୋକେ ଏକ ପିକଅପ ଭ୍ୟାନ ଗାଡ଼ି ଯୋଗେ ଯାଉଥିଲେ ।

ନକ୍ସାପାଲି ଠାରେ ପିକଅପ ଭ୍ୟାନ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ 10 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗାଡ଼ିରେ ପାଖାପାଖି 25 ଜଣ ଯାତ୍ରୀ ଥିଲେ । ସମସ୍ତ ଆହତଙ୍କୁ ତୁରନ୍ତ ସମ୍ବଲପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର ନିଶାସକ୍ତ ଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଧନୁପାଲି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ନାର୍କୋ ଟେଷ୍ଟ ପରେ ଝାରସୁଗୁଡା ଫେରିଲା ଗୋପାଳ, ଆଜି କୋର୍ଟରେ ହେବ ହାଜର

ନିକଟରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ତେରବେଡା ଗ୍ରାମ ନିକଟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ପରେ ହୁତୁହୁତୁ ହୋଇ ଜଳିଗଲା । ଏଥିରେ ଟ୍ରକ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଗଲେ । ଭାରସାମ୍ୟ ହରାଇ ଏକ ଟ୍ରକ ଓଲଟି ପଡିବା ପରେ ଏଥିରେ ନିଆଁ ଲାଗି ଯାଇଥିଲା । ଯାହା ଫଳରେ ଟ୍ରକ ସହ ଡ୍ରାଇଭର ଜଳି ଯାଇଥିଲେ । ବିଳମ୍ବିତ ରାତିରେ ଟ୍ରକଟି ନାକଟିଦେଉଳ ପଟୁ ରେଢ଼ାଖୋଲ ଆଡକୁ ଆସୁଥିଲା ।

ଏହି ସମୟରେ ତେରବେଡ ଠାରେ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଗାଡ଼ିରେ ନିଆଁ ଲାଗି ଯାଇଥିଲା । କିନ୍ତୁ ଚାପି ହୋଇ ଗାଡିରୁ ଡ୍ରାଇଭର ବାହାରି ପାରିନଥିଲେ । ଶେଷରେ ଟ୍ରକ ସହ ସେ ମଧ୍ୟ ଜଳି ଯାଇଥିଲେ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଡ୍ରାଇଭଙ୍କ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

Last Updated :Feb 13, 2023, 9:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.