ETV Bharat / state

ନବ ଦାସଙ୍କୁ ଗୁଳିମାଡ ଘଟଣା, କେମିତି ଅଛନ୍ତି ଜୀବନ ନାଏକ ?

author img

By

Published : Jan 31, 2023, 8:21 PM IST

Naba das firing case
Naba das firing case

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା । ଏହି ଘଟଣାରେ ଅନ୍ୟ ଜଣେ ଆହତ ତଥା ମନ୍ତ୍ରୀଙ୍କ ସମର୍ଥକ ଜୀବନ ନାଏକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ତାଙ୍କର ବେକରେ ଗୁଳି ବାଜି ଚାଲିଯାଇଥିବା ବେଳେ ସେ VIMSARରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ

ନବ ଦାସଙ୍କୁ ଗୁଳିମାଡ଼ ଘଟଣା, ଅନ୍ୟ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ସମ୍ବଲପୁର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀ ଛକଠାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା । ଅନ୍ୟ ଆହତ ତଥା ମନ୍ତ୍ରୀଙ୍କ ସମର୍ଥକ ଜୀବନ ନାଏକଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ତାଙ୍କ ବେକକୁ ଛୁଇଁ ଗୁଳି ଚାଲିଯାଇଥିବା ବେଳେ ସେ ସମ୍ବଲପୁର VIMSARରେ ଚିକିତ୍ସିତ ହେଉଛନ୍ତି । ସେ ସୁସ୍ଥ ହୋଇ ଫେରିବା ପରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ମଧ୍ୟ ପଚରା ଉଚରା କରିପାରେ ବୋଲି ଚର୍ଚ୍ଚା ହେଉଛି । ଗତ ୨୯ ତାରିଖରେ ଘଟିଥିବା ଏହି ଗୁଳିକାଣ୍ଡ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ଏପରି ଘଟଣାରେ ସ୍ତବ୍ଧ ହୋଇଯାଇଛି ସାରା ରାଜ୍ୟ ।

ସେହି ଦିନ କେଉଁ ପରିସ୍ଥିତିରେ ଏହି ଗୁଳିକାଣ୍ଡ ହୋଇଥିଲା ସେନେଇ ଜୀବନଙ୍କ ସୂଚନା କ୍ରାଇମବ୍ରାଞ୍ଚଙ୍କୁ ଅଧିକ ତଥ୍ୟ ପ୍ରଦାନ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ମନ୍ତ୍ରୀଙ୍କ ସମର୍ଥକ ଜୀବନ ନାଏକଙ୍କ ବେକରେ ଏକ ଗୁଳି ଛୁଇଁ ଚାଲିଯାଇଥିଲା । ତେବେ ତାଙ୍କୁ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲର ENT ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଗତକାଲି ତାଙ୍କର ଏକ୍ସପ୍ଲୋର କରାଯାଇଛି ବୋଲି ଭୀମସାର ମେଡିକାଲର ଅଧିକ୍ଷକ ଡ. ଲାଲ ମୋହନ ନାଏକଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ଆହତ ଜୀବନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଅଭିଯୁକ୍ତ ବଡ ଭାଇକୁ ଉଠାଇଲା କ୍ରାଇମବ୍ରାଞ୍ଚ

ଜୀବନଙ୍କ ବେକରେ କାଳେ ଗୁଳିର କିଛି ଅଂଶ ବିଶେଷ ରହି ଯାଇଥିବ ଏହି ସନ୍ଦେହରେ ଗତକାଲି ଡାକ୍ତରୀ ଟିମ ତାଙ୍କ ବେକର ଆହତ ଅଂଶର ଏକ୍ସପ୍ଲୋର କରିଥିଲା । ତେବେ କେବଳ କିଛି ନିଆଁ ଲାଗିଥିବା ପରି କ୍ଷତ ଚିହ୍ନ ଥିବା ଜଣାପଡିଛି । ସୂଚନା ଅନୁସାରେ ଜୀବନଙ୍କ ଘର ବ୍ରଜରାଜନଗର କାଳୀନଗର ଅଞ୍ଚଳ ବୋଲି ଜଣାପଡିଛି । ଘଟଣା ଦିନ ତାଙ୍କ ଆଖପାଖରେ ଆଉ କିଏ ଥିଲା ? ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ କେଉଁ ସ୍ଥିତିରେ ଥିଲେ ? କେଉଁ ପରିସ୍ଥିତିରେ ଗୁଳିମାଡ଼ ହୋଇଥିଲା ? ଏନେଇ ଜୀବନଙ୍କ ବୟାନ କ୍ରାଇମବ୍ରାଞ୍ଚକୁ ଅଧିକ ତଥ୍ୟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡର ପ୍ଲଟ ଆଗରୁ ତିଆରି ହୋଇଥିଲା, ଘଟଣାସ୍ଥଳରେ ହିଁ ନବଙ୍କ ମୃତ୍ୟୁ ଘଟିଥିଲା: ଜୟ ନାରାୟଣ ମିଶ୍ର

ଘଟଣା ଦିନ ସେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ମୁଣ୍ଡିଆ ମାରି ଉଠୁଥୁବା ବେଳେ ତାଙ୍କ ବେକକୁ ଛୁଇଁ ଗୁଳି ପାର ହୋଇଯାଇଥିଲା ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ଗୁଳି ମନ୍ତ୍ରୀ ନବ ଦାସଙ୍କ ବାମ ପଟ ଛାତିରେ ବାଜିଥିଲା । ଏହି ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି । ପୋଲିସ ଗୁଳିରେ ମନ୍ତ୍ରୀଙ୍କ ହତ୍ୟାକୁ କେହି ସହଜରେ ଗ୍ରହଣ କରିପାରିନାହାନ୍ତି । ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଓ ଏଥିରେ ବଡ଼ ମୁଣ୍ଡଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ବିରୋଧୀ ଅଭିଯୋଗ କରିଛନ୍ତି ।

ସେପଟେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ରାଜ୍ୟ ଗୃହ ବିଭାଗ ଓ ଗୁଇନ୍ଦା ବିଭାଗକୁ କଡ଼ା ସମାଲୋଚନା କରିଛନ୍ତି । ଅନ୍ୟପଟେ ଆଜି ଝାରସୁଗୁଡ଼ାରେ ନବ ଦାସଙ୍କ ପିଏସ୍ଓ ଏବଂ ଡ୍ରାଇଭରକୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଇଣ୍ଟେଲିଜେଣ୍ଟ ଏଡିଜି ସଞ୍ଜୀବ ପଣ୍ଡା, ଲ ଆଣ୍ଡ ଅର୍ଡର ଏଡିଜି ଆର.କେ ଶର୍ମା, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଜେରା କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.