ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡର ପ୍ଲଟ ଆଗରୁ ତିଆରି ହୋଇଥିଲା, ଘଟଣାସ୍ଥଳରେ ହିଁ ନବଙ୍କ ମୃତ୍ୟୁ ଘଟିଥିଲା: ଜୟ ନାରାୟଣ ମିଶ୍ର

author img

By

Published : Jan 31, 2023, 3:42 PM IST

Updated : Jan 31, 2023, 5:23 PM IST

Sambalpur MLA Jay Narayan Mishra

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା । ଘଟଣାସ୍ଥଳରେ ମନ୍ତ୍ରୀ ନବଦାସଙ୍କ ମୃତ୍ୟୁ ଘଟିଥିବା ନେଇ କହିଛନ୍ତି ଜୟ ନାରାୟଣ ମିଶ୍ର । ଏନେଇ ସେ ସରକାରଙ୍କ ଗୃହ ବିଭୋଗ ଓ ଗୁଇନ୍ଦା ବିଭାଗକୁ ଦାୟୀ କରିଛନ୍ତି । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡର ପ୍ଲଟ ଆଗରୁ ତିଆରି ହୋଇଥିଲା, ଘଟଣାସ୍ଥଳରେ ହିଁ ନବଙ୍କ ମୃତ୍ୟୁ ଘଟିଥିଲା: ଜୟ ନାରାୟଣ ମିଶ୍ର

ସମ୍ବଲପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ପଡ଼ିଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି । ଏହି କ୍ରମରେ ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଘଟଣାସ୍ଥଳରେ ହିଁ ନବଦାସଙ୍କ ମୃତ୍ୟୁ ହୋଇସାରିଥିଲା । ହେଲେ କଣ ପାଇଁ ତାଙ୍କ ଶରୀରକୁ ଭୁବନେଶ୍ବର ନିଆଯାଇ ଚିକିତ୍ସାର ନାଟକ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ସେ ସରକାରଙ୍କ ଗୃହ ବିଭାଗ ଓ ଗୁଇନ୍ଦା ବିଭାଗ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, "ଯଦି ନବ ଦାସ ଜୀବିତ ଥିଲେ ତାହେଲେ ତାଙ୍କର ଅବସ୍ଥା ଏପରି ଅବସ୍ଥାରେ ଥିଲା କି ଯେ ସେ ଭୁବନେଶ୍ବରକୁ ସ୍ଥାନାନ୍ତର ହୋଇପାରିଥାନ୍ତେ ଏନେଇ ଝାରସୁଗୁଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଉ । ଏତେ ବଡ଼ କ୍ୟାବିନେଟ ମନ୍ତ୍ରୀ ହତ୍ୟାକାଣ୍ଡ ହୋଇଗଲା ଆଉ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗ ଓ ଗୁଇନ୍ଦା ବିଭାଗ କଣ କରୁଛି ? ପୋଲିସ ଡିଜି କଣ ପାଇଁ ଚୁପ ଅଛନ୍ତି ? " ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ନେଇ ସେ ଅନେକ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ନବ ଦାସ ହତ୍ୟାକାଣ୍ଡର ପ୍ଲଟ ଆଗରୁ ତିଆରି ହୋଇଥିଲା । ଏଥିରେ ବହୁତ ବଡ଼ ବଡ଼ ଲୋକଙ୍କ ସମ୍ପୃକ୍ତି ରହିଛି।

ଏହା ବି ପଢନ୍ତୁ- ଇତିହାସରେ ବିରଳ, ରଙ୍ଗବତୀ ପାଇଁ 3 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ଏହା ପଛରେ ରହିଛି ବଡ଼ ଧରଣର ଷଡଯନ୍ତ୍ର । ମୁଖ୍ୟତଃ ରାଜନୈତିକ ଓ ବ୍ୟବସାୟିକ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା କହିଛନ୍ତି ଜୟ। ଏହି ହତ୍ୟାକାଣ୍ଡ ପଛରେ ବହୁତ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଥିବାର କହିଛନ୍ତି ଜୟ । ରାଜ୍ୟ ସରକାର ଲୋକ ଦେଖାଣିଆ ଭାବେ ଏହି ଘଟଣାରେ ଜଣେ ହାଇକୋର୍ଟ ଜଜଙ୍କ ତଦାରଖ ପାଇଁ ଚିଠି ଲେଖିଛନ୍ତି । ତେବେ ଏହି ଘଟଣାରେ ସିବିଆଇ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି ଜୟ । ଏହା ସହ ଅଭିଯୁକ୍ତଙ୍କୁ ମାନସିକ ରୋଗ ଡାକ୍ତର କିପରି ଅତି ସହଜରେ ଚିହ୍ନି ପକାଇଲେ ତାହା ମଧ୍ୟ ବଡ଼ ସନ୍ଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି ଜୟ ।

ଏହି ହତ୍ୟାକାଣ୍ଡକୁ ରଫା ଦଫା କରିବା ପାଇଁ ରାଜ୍ୟ ସରକାର ଆଈ ମା' କାହାଣୀ ଶୁଣାଉଛନ୍ତି ବୋଲି ଜୟ ଅଭିଯୋଗ କରିଛନ୍ତି । ଏହା ସହ ଅଭିଯୁକ୍ତ ଜଣେ ଯଦି ପାଗଳ ତାହେଲେ ପୋଲିସ ବିଭାଗର ଆଉ କେତେ ପାଗଳ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉ । ଅନ୍ୟ ପଟେ ଯଦି ଅଭିଯୁକ୍ତ ପାଗଳ ତେବେ ତାଙ୍କୁ କାହିଁକି ସର୍ଭିସ ରିଭଲଭର ଦିଆଯାଇଥିଲା ବୋଲି କହିଛନ୍ତି ଜୟ ନାରାୟଣ । ଏହି ଘଟଣାରେ ତଳ ସ୍ତରର ଲୋକଙ୍କୁ ଫସାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ବୋଲି ଜୟ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ କେବଳ ତାଙ୍କର ପରିବାର ପ୍ରସଙ୍ଗ ନୁହେଁ ଏହା ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ । ହୋଇପାରେ ତାଙ୍କ ପରିବାର ଲୋକ ରାଜନୈତିକ କାରଣରୁ ଚୁପ ରହିଯିବେ କିନ୍ତୁ ଏହା ରାଜ୍ୟସ୍ତରୀୟ ପ୍ରସଙ୍ଗ, ରାଜ୍ୟବାସୀ ଏହାର ସତ୍ୟାସତ୍ୟ ଜାଣିବାର ଅଧିକାର ରହିଛି ତେଣୁ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ଜୟ ଦୋହରାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 31, 2023, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.