ETV Bharat / state

ପ୍ରେମିକାର ବିଶ୍ବାସରେ ବିଷ; ସାଙ୍ଗ ସହ ମିଶି ଗଣଦୁଷ୍କର୍ମ କଲା ପ୍ରେମିକ

author img

By ETV Bharat Odisha Team

Published : Oct 10, 2023, 12:44 PM IST

Minor Girl Gangrape In Sambalpur
Minor Girl Gangrape In Sambalpur

ସମ୍ବଲପୁରରେ ନାବାଳିକାକୁ ଗଣଦୁଷ୍କର୍ମ । ଥାନାରେ ଅଭିଯୋଗ ପରେ 4 ଗିରଫ । ଅଧିକ ପଢନ୍ତୁ

ସମ୍ବଲପୁର: ସମ୍ବଲପୁରରେ ଲଜ୍ଜା । ପ୍ରେମିକାର ବିଶ୍ବାସରେ ବିଷ ଦେଲା ପ୍ରେମିକ । ପ୍ରଥମେ ପ୍ରେମ ନିବେଦନ, ପରେ ଫୋନରେ ବାର୍ତ୍ତାଳାପ ପରେ ମଜଭୁତ ହେଲା ସମ୍ପର୍କ । ଶେଷରେ ରାତି ଅଧରେ ସ୍କୁଲକୁ ଡାକି ପ୍ରେମିକାକୁ ଦୁଷ୍କର୍ମ କଲା ପ୍ରେମିକ । ଏହାପରେ ପ୍ରେମିକା ସହ ଦୁଷ୍କର୍ମ କରିବାକୁ ନିଜ ସାଙ୍ଗମାନଙ୍କୁ ଟେକି ଦେଲା । ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ପରେ ପ୍ରେମିକ ସମେତ ତାର ତିନି ସାଙ୍ଗଙ୍କୁ ପୋଲିସ ଗିରଫ କରିଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ସମ୍ବଲପୁରର ରେଙ୍ଗାଲି ଅଞ୍ଚଳରେ । ଗିରଫ ଅଭିଯୁକ୍ତ ହେଉଛନ୍ତି ପୀଡିତା ନାବାଳିକାର ପ୍ରେମିକ ତା'ର ବନ୍ଧୁ ସୁରଜ ଓରାମ(21), ପିଣ୍ଟୁ ଓରାମ(20) ଓ ବୀରେନ୍ଦ୍ର ମୁଣ୍ଡା (25) ।

ଏହା ମଧ୍ୟ ପଢନ୍ତୁ-ପୀଡ଼ିତା ବଖାଣିଲେ ହୃଦୟ ବିଦାରକ କାହାଣୀ, ଦିଅର କରୁଥିଲା ବାରମ୍ବାର ଦୁଷ୍କର୍ମ !

ମିଳିଥିବା ସୂଚନା ଅନୁସାରେ, ଗତ ଦୁଇ ମାସ ତଳେ ନାବାଳିକା ବାପାଙ୍କ ମୃତ୍ୟୁ ହୋଇଥିଲା l ଏହାପରେ ନାବାଳିକାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା l ସେଥିପାଇଁ ତାଙ୍କ ମାଆ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ନିଜେ ନାବାଳିକା ମଧ୍ୟ ମଜୁରୀ କରୁଥିଲେ l ନାବାଳିକାଙ୍କ ଆଉ 2 ସାନ ଭଉଣୀ ସ୍କୁଲରେ ପାଠ ପଢ଼ୁଥିବା ବେଳେ ପରିବାରର ବୋଝ ତାଙ୍କ ଉପରେ ରହିଥିଲା । କିଛି ଦିନ ତଳେ ଗାଁର ଜଣେ ନାବାଳକ ତାଙ୍କୁ ଫୋନରେ ବାରମ୍ବାର କଲ କରି ପ୍ରେମ ନିବେଦନ କରିବା ସହ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା । ଏହା ପରେ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା l ପ୍ରତ୍ୟେକ ଦିନ ଉଭୟ ଫୋନରେ କଥାବାର୍ତ୍ତା ଜାରି ରଖିଥିଲେ l

ଗତ ଗୁରୁବାର ଦିନ ରାତିରେ ନାବାଳକ ପ୍ରେମିକ ପୀଡିତାଙ୍କୁ ନିକଟସ୍ଥ ସ୍କୁଲ ପରିସରକୁ ଡାକି ଦୁଷ୍କର୍ମ କରିଥିଲା । ଏହାପରେ ସେ ଫୋନ କରି ନିଜର ଅନ୍ୟ 3 ଜଣ ସାଙ୍ଗଙ୍କୁ ଡାକିଥିଲା ଏବଂ ସେହି ଯୁବକମାନେ ମଧ୍ୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏ ବିଷୟରେ କାହାରିକୁ କିଛି ନକହିବାକୁ ସେମାନେ ପୀଡିତାଙ୍କୁ ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ନାବାଳିକା ଜଣକ ଜଣେ ସମ୍ପର୍କୀୟ ଭଉଣୀଙ୍କୁ ଏ ସମ୍ପର୍କରେ କହିବା ପରେ ଶନିବାର ଦିନ ରେଙ୍ଗାଲି ଥାନାରେ ଏତଲା ଦେଇଥିଲେ ପୀଡିତାଙ୍କ ପରିବାର l ଏନେଇ ପୋଲିସ ତ୍ୱରିତ ପଦକ୍ଷେପ ନେଇ ସୋମବାର ବିଳମ୍ବିତ ରାତିରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ଓ ମୁଖ୍ୟ ଅଭିଯୁକ୍ତ ନାବାଳକ ପ୍ରେମିକକୁ ନ୍ୟାୟ ବୋର୍ଡରେ ହାଜର କରିଛି l

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.