ETV Bharat / state

ବକେୟା ଫସଲ ବୀମା ରାଶି ଦାବିରେ ଚାଷୀଙ୍କ ରାସ୍ତାରୋକ, ପ୍ରଶାସନିକ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

author img

By

Published : Oct 7, 2020, 4:07 PM IST

ବକେୟା ଫସଲ ବୀମା ରାଶି ଦାବିରେ ଚାଷୀଙ୍କ ରାସ୍ତାରୋକ, ପ୍ରଶାସନିକ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ
ବକେୟା ଫସଲ ବୀମା ରାଶି ଦାବିରେ ଚାଷୀଙ୍କ ରାସ୍ତାରୋକ, ପ୍ରଶାସନିକ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ସମ୍ବଲପୁର ଜିଲ୍ଲାରେ ମାନେଶ୍ୱର ବ୍ଲକର ଡାକରା ଅଞ୍ଚଳର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବକେୟା ରାଶି ଦାବିରେ ରାସ୍ତାରୋକ ଆନ୍ଦୋଳନ । ଘଟଣାସ୍ଥଳରେ ପ୍ରଶାସନିକ ପ୍ରତିଶ୍ରୁତି ପରେ ହଟିଛି ରାସ୍ତାରୋକ। ଅଧିକ ପଢନ୍ତୁ...

ସମ୍ବଲପୁର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବକେୟା ଅର୍ଥ ପ୍ରଦାନ ନେଇ ଚାଷୀଙ୍କ ରାସ୍ତାରୋକ । ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକର ଡାକରା ଅଞ୍ଚଳର ଚାଷୀମାନେ ଧମା ବ୍ରିଜ ଠାରେ ସମ୍ବଲପୁର- ସୁବର୍ଣ୍ଣପୁର ରାସ୍ତା ଅବରୋଧ କରିଛନ୍ତି । ଦୀର୍ଘ 3 ଘଣ୍ଟା ଆନ୍ଦୋଳନ ପରେ ପ୍ରଶାସନିକ ପ୍ରତିଶୃତି ମିଳିବା ପରେ ରାସ୍ତାରୋକରୁ ହଟିଛନ୍ତି ଚାଷୀ ।

ବକେୟା ଫସଲ ବୀମା ରାଶି ଦାବିରେ ଚାଷୀଙ୍କ ରାସ୍ତାରୋକ, ପ୍ରଶାସନିକ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ସୂଚନାଥାଉକି ମାନେଶ୍ୱର ବ୍ଲକର ଡାକରା ପଞ୍ଚାୟତର ପ୍ରାୟ 500 ଚାଷୀ 2018 ଖରିଫ ଋତୁର ଫସଲ ହାନି ଜନିତ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ଏହି ଅଞ୍ଚଳର ଚାଷୀମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି କୃଷି ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି । ଏହା ସହ ଭୁବନେଶ୍ୱର ସ୍ଥିତ ବିଭାଗୀୟ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ଶେଷରେ ଚାଷୀ ବାଧ୍ୟ ହୋଇ ରାସ୍ତା ରୋକ କରିଥିଲେ । ପୂର୍ବରୁ ଏହାକୁ ନେଇ ଚାଷୀ ମାନେ 40 କିମି ପଦଯାତ୍ରା ଆନ୍ଦୋଳନ କରିଛନ୍ତି।

ତେବେ ଆନ୍ଦୋଳନ ସ୍ଥଳରେ ଏସଡିପିଓ , ସ୍ଥାନୀୟ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ଚାଷୀ ହଟିଛନ୍ତି। ତେବେ ଦାବି ପୂରଣ ନେହେଲେ ଆଗକୁ ଆହୁରି ଆନ୍ଦୋଳନ ଜୋରଦାର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.