ETV Bharat / state

ସମ୍ବଲପୁରରେ ଅଫିମ ଚାଷ ପଛରେ ଝାରଖଣ୍ଡ ମାଫିଆ: ଅବକାରୀ ଅଧିକ୍ଷକ

author img

By

Published : Mar 23, 2023, 10:27 PM IST

ସମ୍ବଲପୁରରେ ମାତୁଛନ୍ତି ଝାଡଖଣ୍ଡ ଅଫିମ ମାଫିଆ
ସମ୍ବଲପୁରରେ ମାତୁଛନ୍ତି ଝାଡଖଣ୍ଡ ଅଫିମ ମାଫିଆ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ନାକଟିଦେଉଳ ବ୍ଲକ ଗୋପାଳପୁର ଗାଁ ଅଫିମ ଚାଷର ହବ୍‌ ପାଲଟିଛି । ଅଫିମ ଚାଷକୁ ନେଇ ଚିନ୍ତାରେ ଜିଲ୍ଲା ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ମାତୁଛନ୍ତି ଝାଡଖଣ୍ଡ ଅଫିମ ମାଫିଆ

ସମ୍ବଲପୁର: ସମ୍ବଲପୁରରେ ମାତୁଛନ୍ତି ଝାଡଖଣ୍ଡ ଅଫିମ ମାଫିଆ । ଅଫିମ ଚାଷକୁ ନେଇ ଚିନ୍ତାରେ ଜିଲ୍ଲା ଅବକାରୀ ବିଭାଗ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ନାକଟିଦେଉଳ ବ୍ଲକ ଗୋପାଳପୁର ଗାଁ ଅଫିମ ଚାଷର ହବ୍‌ ପାଲଟିଛି । ଝାଡଖଣ୍ଡର ମାଫିଆମାନେ ଅଫିମ ଚାଷ ଆରମ୍ଭ କରିଥିବାରୁ ଏବେ ଚିନ୍ତାରେ ପଡିଛି ଅବକାରୀ ବିଭାଗ । ମୁଖ୍ୟତଃ ଝାରଖଣ୍ଡର ମାଫିଆମାନେ ନିଜର ପରିଚୟ ଗୁପ୍ତ ରଖି ସ୍ଥାନୀୟ ଗରିବ ଲୋକଙ୍କୁ ପ୍ରଲୋଭନ ଦେଖାଇ ଏଠାରେ ଅଫିମ ଚାଷ ଆରମ୍ଭ କରିଥିବା ଅବକାରୀ ବିଭାଗ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ।

ତେବେ ସ୍ଥାନୀୟ ସୂତ୍ର ଓ ଲୋକଙ୍କୁ ଧରି ଏହି ଅଫିମ ଚାଷର କିଙ୍ଗ୍‌ପିନ୍‌କୁ ଧରିବାକୁ ଚେଷ୍ଟା କରୁଛି ଅବକାରୀ ବିଭାଗ । ଏଥିପାଇଁ ଅବକାରୀ ବିଭାଗ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ ସେଠ । ସୂଚନାଯୋଗ୍ୟ ଯେ ଗତ 19 ତାରିଖରେ ନାକଟିଦେଉଳ ବ୍ଲକର ଗୋପାଳପୁର ଗାଁର ଜଙ୍ଗଲ ଭିତରେ ବେଆଇନ ଅଫିମ ଚାଷ ହେଉଥିବା ଠାବ ହୋଇଥିଲା । ତେବେ ଏହାକୁ ଠାବ କରିବାକୁ ଅବକାରୀ ବିଭାଗକୁ 15 ଦିନ ଲାଗିଥିଲା । ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ 40 ଡ଼ିସିମିଲ ଜମିରେ ଅଫିମ ଚାଷ ନଷ୍ଟ କରିଥିଲେ । ଏହି ସ୍ଥାନରେ 8000 ଅଫିମ ଗଛ ନଷ୍ଟ କରାଯାଇଥିବା ବେଳେ 4 କେଜି 600 ଗ୍ରାମ ପ୍ରୋସେସଡ଼ ଅଫିମ ମଧ୍ୟ ଜବତ ହୋଇଥିଲା । ଗଞ୍ଜେଇ ପରେ ଏବେ ଅଫିମ ଚାଷର ପେଣ୍ଠସ୍ଥଳୀ ପାଲଟିଛି ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡର କେତେକ ଅଞ୍ଚଳ ।

ତେବେ ପୁଣି ଅଫିମ ଚାଷ ହେଉଛିବା ଜାଣି ଜିଲ୍ଲା ଅବକାରୀ ବିଭାଗ ଓ ରେଢ଼ାଖୋଲ ପୋଲିସର ଟିମ ମିଳିତ ଭାବେ ଏହି ଅଂଚଳରେ ଚଢ଼ାଉ କରି ପ୍ରାୟ 8 ହଜାର ଗଛକୁ ନଷ୍ଟ କରିଥିଲା । ନଷ୍ଟ କରାଯାଇଥିବା ଅଫିମର ମୂଲ୍ୟ ପ୍ରାୟ 70 ଲକ୍ଷ ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ଅଶୋକ ସେଠ । ମିଳିଥିବା ସୂଚନା ଅନୁସାରେ ଝାରଖଣ୍ଡରେ କେତେକ ମାଫିଆ ସ୍ଥାନୀୟ ଲୋକଙ୍କୁ ପ୍ରଲୋଭନ ଦେଖାଇ ଏହି ଚାଷ କରିଛନ୍ତି । ତେଵେ ଅବକାରୀ ବିଭାଗ ପକ୍ଷରୁ ଏହାର କିଙ୍ଗପିନକୁ ଧରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ । କେବଳ ଚାଷ ନୁହେଁ ଏଠାରେ ଅଫିମକୁ ପ୍ରୋସେସ ମଧ୍ୟ କରାଯାଉଥିଲା । ତେଣୁ ଏହି ଅଞ୍ଚଳରେ ରାଜ୍ୟ ବାହାରରେ ମାଫିଆମାନେ ସ୍ଥାନୀୟ ଲୋକଙ୍କୁ ଧରି ଗଞ୍ଜେଇ ଚାଷ କରି ଆସୁଥିବା ବେଳେ ବର୍ତ୍ତମାନ ଅଫିମ ଚାଷ ଉପରେ ଆଖି ପକେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.