ETV Bharat / state

ବସ-ଟ୍ରକ ମୁହାଁମୁହିଁ ଧକ୍କା, 7 ଗୁରୁତର

author img

By

Published : Feb 10, 2020, 10:11 PM IST

od_sbp_bus-truck accident
ରେଢ଼ାଖୋଲ ଲମଖେତା ନିକଟରେ ବସ-ଟ୍ରକଧକ୍କା, 7 ଗୁରୁତର

ସମ୍ବଲପୁର-ରେଢ଼ାଖୋଲ ଚାରମାଳ ଥାନାର ଲମଖେତା ନିକଟରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ 7 ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ସମ୍ବଲପୁର: ରେଢ଼ାଖୋଲ ଚାରମାଳ ଥାନାର ଲମଖେତା ନିକଟରେ ବସ-ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ଏଥିରେ 7 ଜଣ ଗୁରୁତର ଆହତ ହୋଇଛନ୍ତି । 'ଗରୁଡ' ନାମକ ବସ ରେଢ଼ାଖୋଲରୁ ସମ୍ବଲପୁର ଆସୁଥିବା ବେଳେ ଟ୍ରକଟି ସମ୍ବଲପୁରରୁ ରେଢ଼ାଖୋଲ ଅଭିମୁଖେ ଯାଉଥିଲା । ସନ୍ଧ୍ୟା ପ୍ରାୟ 6ଟା ବେଳେ ସମ୍ବଲପୁର-ରେଢ଼ାଖୋଲ ରାଜରାସ୍ତାର 55ନମ୍ବର ଜାତୀୟ ରାଜପଥରେ ଉଭୟ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

od_sbp_bus-truck accident
ରେଢ଼ାଖୋଲ ଲମଖେତା ନିକଟରେ ବସ-ଟ୍ରକଧକ୍କା, 7 ଗୁରୁତର

ଏ ଘଟଣାରେ 5 ଯାତ୍ରୀ ଗୁରୁତର ହୋଇଥିବା ବେଳେ ବସ ଓ ଟ୍ରକର ଡ୍ରାଇଭର ଚାପି ହୋଇ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡିକାଲକୁ ପଠାଇଥିଲେ ।ସମ୍ବଲପୁର-ରେଢ଼ାଖୋଲ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ବାରମ୍ବାର ଏମିତି ଦୁର୍ଘଟଣା ଘଟୁଛି ।

od_sbp_bus-truck accident
ରେଢ଼ାଖୋଲ ଲମଖେତା ନିକଟରେ ବସ-ଟ୍ରକଧକ୍କା, 7 ଗୁରୁତର

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା।ସମ୍ବଲପୁର ରେଢ଼ାଖୋଲ ଚାରମାଳ ଥାନା ର ଲମଖେତା ନିକଟରେ ହୋଇଥିବା ଏହି ଦୁର୍ଘଟଣା ରେ 7 ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।Body:ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡର ଚାର ମାଲ ଥାନା ଅନ୍ତର୍ଗତ ଲମଖେତା ଓ ଆମଦର ମଧ୍ୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆଜି ସଂଧ୍ୟା ପ୍ରାୟ ସାଢ଼େ 6 ଟା ସମୟରେ ସମ୍ୱଲପୁର ରେଢ଼ାଖୋଲ ରାଜରାସ୍ତା 55 ର ଲମ ଖେତା ଓ ଆମଦର ଠାରେ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି।ଫଳରେ 5 ଯାତ୍ରୀ ଗୁରୁତର ହୋଇଥିବା ବେଳେ ବସ ଓ ଟ୍ରକ ର ଡ୍ରାଇଭର ଚାପି ହୋଇ ଗୁରୁତର ଆହତ ଥିବା ସୂଚନା ମିଲିଛି।ଉଭୟ ଡ୍ରାଇଭର ଓ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବୁର୍ଲା ବଡ଼ ମେଡିକାଲକୁ ପଠାଇ ଥିବା ସୂଚନା ମିଳିଛି। ଗରୁଡ ବସ ରେଢ଼ାଖୋଲ ପଟୁ ସମ୍ବଲପୁର ଆସୁଥିବା ବେଳେ ଟ୍ରକ ଟି ସମ୍ବଲପୁର ପଟୁ ରେଢ଼ାଖୋଲ ଆଡକୁ ଯାଉଥିଲା ବୋଲି ସୂଚନା ମିଳିଛି।Conclusion:ସମ୍ବଲପୁର ରେଢ଼ାଖୋଲ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ବାରମ୍ବାର ଏମିତି ଦୁର୍ଘଟଣା ଘଟୁଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.