ETV Bharat / state

ପୂର୍ଣ୍ଣ ହେବା ଉପରେ ହୀରାକୁଦ ଡ୍ୟାମ ଜଳସ୍ତର, ଖୋଲିଲା ଆଉ ୪ ଗେଟ୍

author img

By

Published : Sep 23, 2021, 9:30 AM IST

Updated : Sep 23, 2021, 9:47 AM IST

ପୂର୍ଣ୍ଣ ହେବା ଉପରେ ହୀରାକୁଦ ଡ୍ୟାମ, ଖୋଲିଲା ଆଉ ୪ ଗେଟ୍
ପୂର୍ଣ୍ଣ ହେବା ଉପରେ ହୀରାକୁଦ ଡ୍ୟାମ, ଖୋଲିଲା ଆଉ ୪ ଗେଟ୍

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍ । ମୋଟ ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ଅଧିକ ପଢନ୍ତୁ...

ସମ୍ବଲପୁର: ଆଜି(ଗୁରୁବାର) ସକାଳୁ ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍ । ବୁଧବାର ଯାଏଁ ହୀରାକୁଦର ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ଆଜି ଆହୁରି ୪ଟି ଗେଟ୍ ଖୋଲାଯାଇଛି । ଏହିଭଳି ଭାବେ ସକାଳୁ ହୀରାକୁଦର ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

ପୂର୍ଣ୍ଣ ହେବା ଉପରେ ହୀରାକୁଦ ଡ୍ୟାମ ଜଳସ୍ତର, ଖୋଲିଲା ଆଉ ୪ ଗେଟ୍

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର ରହିଛି 629.83 ଫୁଟ । ଅର୍ଥାତ୍ ହୀରାକୁଦ ଡ୍ୟାମ ପୂର୍ଣ୍ଣ ହେବା ଉପରେ ରହିଛି । ଏହି ସମୟ ମଧ୍ୟରେ ହୀରାକୁଦ ଡ୍ୟାମକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 1,50,419 କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ସେକେଣ୍ଡ ପ୍ରତି 2,20,418 କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ହୀରାକୁଦ ଜଳଭଣ୍ଡାର ଏବେ ପୁରା ହେବାକୁ ଥିବାରୁ ଆଗକୁ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି ।

ସମ୍ବଲପୁରର ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Last Updated :Sep 23, 2021, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.