ETV Bharat / state

ଷ୍ଟାଇପେଣ୍ଡ ପାଇ ପଢିଥିଲେ ପାଠ, ଡାକ୍ତର ହୋଇ ବିଶ୍ବବିଦ୍ୟାଳୟକୁ 30 ଲକ୍ଷ କଲେ ଦାନ

author img

By

Published : Jul 14, 2021, 7:27 PM IST

ଷ୍ଟାଇପେଣ୍ଡ ପାଇ ପଢିଥିଲ ପାଠ, ଡାକ୍ତର ହୋଇ 30 ଲକ୍ଷ ଦାନ କଲେ ପୂରାତନ ଛାତ୍ରୀ
ଷ୍ଟାଇପେଣ୍ଡ ପାଇ ପଢିଥିଲ ପାଠ, ଡାକ୍ତର ହୋଇ 30 ଲକ୍ଷ ଦାନ କଲେ ପୂରାତନ ଛାତ୍ରୀ

ଷ୍ଟାଇପେଣ୍ଡ ପାଇ ପଢିଥିଲେ ପାଠ । ଡାକ୍ତର ହୋଇ 30 ଲକ୍ଷ ଟଙ୍କା ଦାନ କଲେ ପୁରାତନ ଛାତ୍ରୀ । ଚର୍ଚ୍ଚାରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରୀ ଡାକ୍ତର ନାରାୟଣୀ ପଣ୍ଡା । ଅଧିକ ପଢନ୍ତୁ...

ସମ୍ବଲପୁର: ନିଜ କଲେଜ ପାଠପଢ଼ା ସମୟରେ ପାଇଥିଲେ ମାସିକ 25 ଟଙ୍କାର ଷ୍ଟାଇପେଣ୍ଡ ସହାୟତା ରାଶି । ପାଠ ପଢିଲେ ସଫଳ ହେଲେ । ଏବେ ଡାକ୍ତର ହୋଇ ବିଶ୍ବ ବିଦ୍ୟାଳୟକୁ 30 ଲକ୍ଷ ଟଙ୍କା ଦାନ କରି ନିଜର କର୍ତ୍ତବ୍ୟ ପୂରଣ କଲେ ଜଣେ ପୁରାତନ ଛାତ୍ରୀ । କଥାଟି ନିଶ୍ଚୟ ନିଆରା ଲାଗୁଥିବ। ଏପରି କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଜଣେ ପୁରାତନ ଛାତ୍ରୀ ଡାକ୍ତର ନାରାୟଣୀ ପଣ୍ଡା । ନାରାୟଣୀ ବର୍ତ୍ତମାନ ଜଣେ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି । ସେ ଦାନ କରିଥିବା ଅର୍ଥରେ ବିଶ୍ବ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିବା କହିଛନ୍ତି ।

ଷ୍ଟାଇପେଣ୍ଡ ପାଇ ପଢିଥିଲ ପାଠ, ଡାକ୍ତର ହୋଇ 30 ଲକ୍ଷ ଦାନ କଲେ ପୂରାତନ ଛାତ୍ରୀ

ତେବେ ସମ୍ପୂର୍ଣ୍ଣ ଘଟଣା କିଛି ଏପରି । ଡାକ୍ତର ନାରାୟଣୀ ପଣ୍ଡା ୧୯୫୭ ରୁ ୧୯୫୯ 3 ବର୍ଷ ମେଡ଼ିକାଲ ଶିକ୍ଷା ଅଧ୍ୟୟନ କରିଥିଲେ । ସେତେବେଳେ ତାଙ୍କର ପରିବାରର ଆର୍ଥିକ ପରିସ୍ଥିତି ଠିକ ନଥିଲା । ସେ ସମୟରେ ଗଙ୍ଗାଧର ମେହେର କଲେଜ କର୍ତ୍ତୃପକ୍ଷ ତାଙ୍କୁ ମେଡ଼ିକାଲ ପାଠ ପଢିବା ପାଇଁ ସାହାଯ୍ୟ ହାତ ବଢାଇଥିଲେ । କଲେଜର ଟ୍ରଷ୍ଚ ଫଣ୍ଡରୁ ପ୍ରାୟ 2ବର୍ଷ ଧରି ମାସକୁ ୨୫ ହଜାର ଟଙ୍କା ଲେଖାଏଁ ସାହାଯ୍ୟ ପାଇଥିଲେ ନାରାୟଣୀ ।

ଏହି ଆର୍ଥିକ ସହାୟତା ଫଳରେ, ମେଡ଼ିକାଲ ପାଠ ପଡିବାକୁ ସକ୍ଷମ ହେବା ସହ ଜଣେ ସଫଳ ଡାକ୍ତର ମଧ୍ୟ ହୋଇ ପାରିଥିଲେ । ଏଥିପାଇଁ ଡାକ୍ତର ନାରାୟଣୀ ପଣ୍ଡା ନିଜ ପାଠ ପଡିଥିବା ତାଙ୍କ ନିଜ କଲେଜ ପାଇଁ କିଛି କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ନାରାୟଣୀ । ସେ ଦାନ କରିଥିବା ଟଙ୍କାରେ କଲେଜର ଉନ୍ନତିକରଣ କାର୍ଯ୍ୟ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.