ETV Bharat / state

ହୀରାକୁଦରୁ ଖୋଲିଲା ଆଉ 6 ଗେଟ୍‌, 22 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

author img

By ETV Bharat Odisha Team

Published : Sep 22, 2023, 2:52 PM IST

Updated : Sep 22, 2023, 4:49 PM IST

ହୀରାକୁଦରୁ ପୁଣି ଖୋଲିଲା 10 ଗେଟ
ହୀରାକୁଦରୁ ପୁଣି ଖୋଲିଲା 10 ଗେଟ

ପୁଣି ଖୋଲିଲା ହୀରାକୁଦ ଗେଟ । ଆଜି(ଶୁକ୍ରବାର) ପ୍ରଥମେ 10ଟି ଗେଟ ଖୋଲାଯାଇଥିଲା ପରେ ଆଉ ୬ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ୨୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅଧିକ ପଢନ୍ତୁ

22 ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଗେଟ । ଆଜି(ଶୁକ୍ରବାର) ପ୍ରଥମେ 10ଟି ଗେଟ ଖୋଲାଯିବା ପରେ ପରେ ଅପରାହ୍ନରେ ଆଉ ୬ଟି ଗେଟ ଖୋଲାଯାଇଛି । ଏବେ ମୋଟ ୨୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଛି । ଡ୍ୟାମରୁ ଜଳସ୍ତର କମାଇବା ପାଇଁ ପ୍ରଥମେ 10ଟି ଗେଟ ଖୋଲାଯାଇଥିଲା । ପରେ ଜଳସ୍ତର ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଉ ୬ଟି ଗେଟ ଖୋଲାଯାଇଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ଥିବା ବେଳେ ଆଜି ଦିନ 11ଟା ସୁଦ୍ଧା ଜଳସ୍ତର 629.43ଫୁଟରେ ପହଞ୍ଚିଥିଲା ।

ବିଗତ କିଛି ଦିନ ତଳେ ହୀରାକୁଦର ସବୁ ଗେଟ ବନ୍ଦ କରିଦିଆଯାଇଥିବା ବେଳେ ଗତକାଲି(ଗୁରୁବାର) ହୀରାକୁଦ ଡ୍ୟାମ ସମ୍ପୂର୍ଣ୍ଣ ରୂପେ ପୂର୍ଣ୍ଣ ହେବା ସ୍ଥିତିରେ ପହଞ୍ଚି ଯାଇଥିଲା । ଡ୍ୟାମରୁ ଜଳସ୍ତର ହ୍ରାସ କରିବା ପାଇଁ ପର୍ଯ୍ୟାୟ କ୍ରମରେ ଗେଟ ଖୋଲା ଯାଇଥିଲା l ଏହିଭଳି ଭାବରେ ୨୨ଟି ଗେଟରୁ ବର୍ତ୍ତମାନ ବନ୍ୟାଜଳ ନିଷ୍କାସିତ ହେଉଛି l ଆଜି ଦିନ 11ଟା ସୁଦ୍ଧା ହୀରାକୁଦର ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି 1,75,809 କ୍ୟୁସେକ ଜଳ ପ୍ରବେଶ କରୁଛି l ଗେଟ ଖୋଲିବାର ୨ ଘଣ୍ଟା ପୂର୍ବରୁ ସାଇରନ ବଜାଯିବା ସହ ଲୋକଙ୍କୁ ସତର୍କ କରାଯାଇଥିଲା । ନଦୀ ଭିତରକୁ ନଯିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ହୀରାକୁଦରେ ପୁଣି ଖୋଲିଲା ଗେଟ, 6ଟି ଗେଟରେ ଚାଲିଛି ବନ୍ୟା ଜଳ ନିଷ୍କାସନ

ଅନ୍ୟପଟେ ହୀରାକୁଦ ଗେଟ ଖୋଲାଯିବାରୁ ତଳିଆ ଅଞ୍ଚଳବାସୀ ଭୟଭୀତ ଅଛନ୍ତି । ରାଜ୍ୟରେ ଅନେର ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଯାଇଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାମଧ୍ୟରେ ହୀରାକୁଦର ୨୨ଟି ଗେଟରୁ ଜଳ ନିଷ୍କାସନ କରାଯାଉଥିବା ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇବ । ଏହାଫଳରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି ।

ଏହାମଧ୍ୟ ପଢନ୍ତୁ..ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିବ ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ସୂଚନାଯୋଗ୍ୟ, ରାଜ୍ୟରେ ବନ୍ୟା ସ୍ଥିତି ନେଇ କିଛି ଦିନ ତଳେ ପ୍ରତିକ୍ରିୟା ରଖିଥିଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ସେ କହିଥିଲେ ଯେ, ଜଳସମ୍ପଦ ବିଭାଗ ଏନେଇ ଆଲର୍ଟ ରହିଛି । ଏସଆରସିଙ୍କ ସହ ଯୋଗାଯୋଗରେ ମଧ୍ୟ ଅଛୁ । ତଳିଆ ଅଞ୍ଚଳ ଉପରେ ଅଧିକ ଦୃଷ୍ଟି ଦିଆଯାଉଛି । ଏସଆରସି ମଧ୍ୟ ବନ୍ୟା ସ୍ଥିତି ଉପରେ କଡାକଡି ନଜର ରଖିଥିବା କହିଥିଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।


ଇଟିଭି ଭାରତ, ସମ୍ୱଲପୁର

Last Updated :Sep 22, 2023, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.