ETV Bharat / state

ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିବ ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

author img

By ETV Bharat Odisha Team

Published : Sep 17, 2023, 3:13 PM IST

no flood situation in odisha
no flood situation in odisha

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ଉପରମୁଣ୍ଡରେ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଅଛି । ଆଉ ଦିନେ ଦୁଇ ଦିନ ଭିତରେ ସେଠାରୁ ପାଣି ଛାଡ଼ି ଯିବ । ମହାନଦୀରେ ବନ୍ୟା ସ୍ଥିତି ନଥିବା କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଅଧିକ ପଢ଼ନ୍ତୁ

ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିବ ନାହିଁ

ଭୁବନେଶ୍ବର: ବର୍ଷା ପରେ ବନ୍ୟା ଜଳରେ ଉବୁଟୁବୁ ହୀରାକୁଦ ଜଳଭଣ୍ଡାର । ଜଳସ୍ତର ବଢ଼ିବାରୁ ହୀରାକୁଦର ୨୬ଟି ଗେଟ୍‌ ଖୋଲାଯାଇଛି । ବର୍ତ୍ତମାନ ବନ୍ୟା ଜଳ ନିଷ୍କାସନ ଜାରି ରହିଥିବା ବେଳେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିବ ନାହିଁ । ଉପରମୁଣ୍ଡରେ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଅଛି । ଆଉ ଦିନେ ଦୁଇ ଦିନ ଭିତରେ ସେଠାରୁ ପାଣି ଛାଡ଼ିଯିବ । ତେଣୁ ମହାନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ହାରାକୁଦ ଡ୍ୟାମ୍‌ର ୨୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଆଉ କୌଣସି ଗେଟ୍‌ ଖୋଲିବ ନାହିଁ । ସେପ୍ଟେମ୍ବର ୨୨ରୁ ପୁଣି ବର୍ଷା ହେବାନେଇ ଆକଳନ ହୋଇଛି । ହେଲେ ତାହା ମଧ୍ୟ ବନ୍ୟା ଆଣିବ ନାହିଁ । ଜଳ ସମ୍ପଦ ବିଭାଗ ଏନେଇ ପୁରା ଆଲର୍ଟ ରହିଛି । SRCଙ୍କ ସହ ଯୋଗାଯୋଗରେ ଅଛୁ । ତଳିଆ ଅଞ୍ଚଳ ଉପରେ ଅଧିକ ଦୃଷ୍ଟି ଦିଆଯାଉଛି । କେଉଁଠାରେ ଘାଇ ହେବା ଖବର ବର୍ତ୍ତମାନ ସୁଦ୍ଧା ଆସିନାହିଁ । SRC ମଧ୍ୟ ବନ୍ୟା ସ୍ଥିତି ଉପରେ କଡ଼ାକଡ଼ି ନଜର ରଖିଛନ୍ତି । ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫଳରେ ଉପର ମୁଣ୍ଡରୁ ପାଣି ଏବେ ତଳମୁଁହା । ମହାନଦୀରେ ଜଳ ନିଷ୍କାସନ ହେଉଥିବାରୁ ବୌଦ୍ଧରେ ବନ୍ୟା ସ୍ଥିତି ଦେଖା ଦେଇଛି । ବାଙ୍କିର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ହୀରାକୁଦ ଡ୍ୟାମର ଖୋଲିଲା ଆଉ 6ଟି ଗେଟ, 26ଟି ଗେଟ ଦେଇ ଚାଲିଛି ବନ୍ୟାଜଳ

ଆଜି(ରବିବାର) ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୮.୦୪ ଫୁଟ ରହିଥିଲା । ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୪,୫୭,୩୮୧ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ୍‌ ପ୍ରତି ୪,୪୭,୦୫୮ ଫୁଟ୍‌ କ୍ୟୁସେକ୍‌ ବନ୍ୟା ଜଳ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେଉଛି । ଉପରମଣ୍ଡରେ ବର୍ଷାର ପ୍ରଭାବ ନାହିଁ । ତେଣୁ ପାଣି ଧୀରେଧୀରେ କମିବାରେ ଲାଗିଛି । ସେହିପରି ମୁଣ୍ଡୁଳିରେ ବର୍ତ୍ତମାନ ୬ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାଭିତ ହେଉଛି ।

ଶନିବାର ହୀରାକୁଦ ଡ୍ୟାମର ୬ଟି ଗେଟ୍‌ ଖୋଲାଯାଇଥିଲା । ବୁଧବାର ଅପରାହ୍ନ ୪ଟାରେ ହୀରାକୁଦର ୨ଟି ଗେଟ୍‌ ଖୋଲିଥିଲା । ଏହାପରେ ଗୁରୁବାର ସକାଳୁ ୮ଟି ଗେଟ୍‌ ଓ ଅପରାହ୍ନରେ ଆହୁରି ୪ଟି ଗେଟ୍‌ ଖୋଲା ଯାଇଥିଲା । ପୁଣି ଶୁକ୍ରବାର ୬ଟି ଗେଟ ଖୋଲାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.