ETV Bharat / state

ଟଙ୍କା ନଦେବାରୁ ଶିକ୍ଷକଙ୍କୁ ନିର୍ମମ ହତ୍ୟା

author img

By

Published : Dec 25, 2021, 8:32 AM IST

ରାୟଗଡା ତୁରେଇଘାଟିରେ ଅଭାବନୀୟ ଘଟଣା । ଟଙ୍କା ନଦେବାରୁ ଯୁବକଙ୍କ ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ
ଟଙ୍କା ନଦେବାରୁ ଶିକ୍ଷକଙ୍କୁ ନିର୍ମମ ହତ୍ୟା
ଟଙ୍କା ନଦେବାରୁ ଶିକ୍ଷକଙ୍କୁ ନିର୍ମମ ହତ୍ୟା

ରାୟଗଡା: ଜିଲ୍ଲାର ତୁରେଇଘାଟିରେ ଅଭାବନୀୟ ଘଟଣା । ଟଙ୍କା ନଦେବାରୁ ଶିକ୍ଷକଙ୍କୁ ନିର୍ମମ ହତ୍ୟା ( Teacher Murder in Rayagada) । ଅଜଣା ଯୁବକଙ୍କ ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତ ଶିକ୍ଷକ ଜଣଙ୍କ ହେଉଛନ୍ତି ମୁକୁନ୍ଦ ପ୍ରସାଦ ନାଥ ଶର୍ମା ।

ଟଙ୍କା ନଦେବାରୁ ଶିକ୍ଷକଙ୍କୁ ନିର୍ମମ ହତ୍ୟା

ସୂଚନାଅନୁଯାୟୀ, ଗତକାଲି ସେ ଡଙ୍ଗାସିଲରୁ ବାହାରି ନିଜ କାର୍ଯ୍ୟରତ ବିଦ୍ୟାଳୟ ତୁରେଇଘାଟିରେ ପିଲାମାନଙ୍କର ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବାଣ୍ଟିବାକୁ ଯାଇଥିଲେ । ସେହି ସମୟରେ ସ୍କୁଲ କମିଟି ସଭାପତି ସହିତ କଥା ହେଉଥିବାବେଳେ ଦଶମନ୍ତପୁର ବ୍ଲକ ରତାବନ୍ଧ ଗ୍ରାମର ଜଣେ ଜୈନିକ ଯୁବକ ଶିକ୍ଷକଙ୍କୁ କିଛି ଟଙ୍କା ମାଗିଲେ । ହେଲେ ଶିକ୍ଷକ ଟଙ୍କା ନଦେବାରୁ ଯୁବକ ଜଣଙ୍କ ହଠାତ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିବା ପରେ ଘଟଣାସ୍ଥଳରେ ଚମ୍ପଟ ମାରିଥିଲା ଅଭିଯୁକ୍ତ । ଗାଁ ଲୋକ ଯୁବକ ଜଣଙ୍କର ପିଛା କରିଥିଲେ ମଧ୍ୟ ଟେର ପାଇନଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଦୋରାଗୁଡା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଆକ୍ରମଣକାରୀ ଯୁବକକୁ ଧରିବାରେ ପୋଲିସ ସକ୍ଷମ ହୋଇନାହିଁ ।

ରାୟଗଡରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.