ETV Bharat / state

ନିଆଁ ଲିଭାଇବାକୁ ଆସି ନିଆଁ ନ ଲିଭାଇ ଫେରିଗଲା ଦମକଳ ଗାଡି

author img

By

Published : Dec 12, 2020, 9:51 PM IST

fire brigade vehicles are not worked during fire incident
ନିଆଁ ଲିଭାଇବାକୁ ଆସି ନିଆଁ ନ ଲିଭାଇ ଫେରିଗଲା ଦମକଳ ଗାଡି

ନିଆଁ ଲିଭାଇବାକୁ ଆସି ନିଆଁ ଲିଭାଇନପାରି ଫେରିଗଲା ଅଗ୍ନିଶମ ବିଭାଗ ଗାଡି । ଜାଣନ୍ତୁ କାରଣ । ଅଧିକ ପଢନ୍ତୁ...

ରାୟଗଡା: ନିଆଁ ଲିଭାଇବାକୁ ଆସି ନିଆଁ ଲିଭାଇ ନ ପାରି ଫେରିଗଲା ଅଗ୍ନିଶମ ବିଭାଗ ଗାଡି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରର ପିଟିଲା ସାହିରେ । ମିଳିଥିବା ସୁଚନା ଅନୁସାରେ ଆଜି (ଶନିବାର) ସ୍ଥାନୀୟ ପିଟିଲା ସାହିରେ ରହୁଥିବା ଆଦିତ୍ୟ ପଟନାୟକଙ୍କ ଘରେ ସଟସର୍କିଟ ଯୋଗୁଁ ଘରର ବାରଣ୍ଡାରେ ଥିବା ରଦୀ କାଗଜରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଘର ଲୋକଙ୍କୁ ଜଣାଇବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ନିଆଁ ଲିଭାଇବାକୁ ଆସି ନିଆଁ ନ ଲିଭାଇ ଫେରିଗଲା ଦମକଳ ଗାଡି

ଖବର ପାଇ ଅଗ୍ନିଶମ ବିଭାଗ ଆସି ପହଞ୍ଚିଥିଲେ, ହେଲେ ନିଆଁ ଲିଭାଇବା ପାଇଁ ମଟରକୁ ଯେତେ ଷ୍ଟାର୍ଟ କଲେ ମଧ୍ୟ ଷ୍ଟାର୍ଟ ହୋଇପାରି ନଥିଲା । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାଦେଖି ସ୍ଥାନୀୟ ଲୋକେ ଏବଂ ଘର ଲୋକ ମିଶି ଘରୁ ପାଣି ଆଣି ପକାଇ ନିଆଁ ଲିଭାଇଥିଲେ । ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେ ଯଦି ବଡ ଧରଣର ନିଆଁ ଲାଗିହୋଇଥାନ୍ତା ତେବେ ପରିସ୍ଥିତି କଣ ହୋଇଥାନ୍ତା । ଏହି ବିଷୟକୁ ନେଇ ଆମେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଓଭର ଫ୍ଲୋ ଯୋଗୁଁ ଷ୍ଟାର୍ଟ ହୋଇପାରିଲା ନାହଁ । ପ୍ରଥମେ ଗାଡି ବାହାରିବା ପୂର୍ବରୁ ଗାଡି ଷ୍ଟାର୍ଟ ହଉଛିକି ନାହିଁ ପରୀକ୍ଷା କରି ଆଣିବା କଥା ବୋଲି ଲୋକେ ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.