ETV Bharat / state

ରାୟଗଡାରେ ଅଡିଟୋରିୟମ ଓ ଆମ ହସ୍ପିଟାଲ ମିଶନ ଶକ୍ତି କାଫେ ଉଦଘାଟିତ, ଆଜି ଆସୁଛନ୍ତି 5ଟି ସଚିବ

author img

By

Published : Jun 7, 2023, 2:16 PM IST

5t secretary vk pandian
5t secretary vk pandian

୫-ଟିଙ୍କ ଗସ୍ତକୁ ନଜରରେ ରଖି ବିଜୁ ପଟ୍ଟନାୟକ ଅଡିଟୋରିୟମ ଓ ଆମ ହସ୍ପିଟାଲ ମିଶନ ଶକ୍ତି କାଫେ ଉଦଘାଟିତ । ଅଧିକ ପଢନ୍ତୁ

ଆମ ହସ୍ପିଟାଲ ମିଶନ ଶକ୍ତି କାଫେ ଉଦଘାଟିତ

ରାୟଗଡା: ଆଜି ରାୟଗଡା ଗସ୍ତରେ ଆସୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ୫-ଟିଙ୍କ ଗସ୍ତକୁ ନଜରରେ ରଖି ବିଜୁ ପଟ୍ଟନାୟକ ଅଡିଟୋରିୟମ ଓ ଆମ ହସ୍ପିଟାଲ ମିଶନ ଶକ୍ତି କାଫେ ଉଦଘାଟିତ ହୋଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି । ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କାରେ ବିଜୁ ପଟ୍ଟନାୟକ ଅଡିଟୋରିୟମ ନିର୍ମାଣ କରାଯାଇଥିବା ଜଣାପଡିଛି ।

ତେବେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ପୂର୍ବତନ ସାଂସଦ ଏନ ଭାସ୍କର ରାଓ, ଏସଡିସି ଅଧ୍ୟକ୍ଷା ଅନୁସୟା ମାଝି, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ଵତି ମାଝି, ପୌର ପରିଷଦ ଅଧ୍ୟକ୍ଷ ପି . ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ଏବଂ ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କର ଏକ ବଡ ଅବଦାନ ରାୟଗଡା ପ୍ରତି ବୋଲି ଅତିଥିମାନେ କହିଥିଲେ ।

ସେହିପରି ଆମ ହସ୍ପିଟାଲ ମିଶନ ଶକ୍ତି କାଫେକୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ଉଦଘାଟନ କରିଥିବା ବେଳେ ଏହାର ନିର୍ମାଣରେ ପ୍ରାୟ ୧ କୋଟି ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରୋଷେଇ ଘରର ସମସ୍ତ ସାମଗ୍ରୀ ବାବଦକୁ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଇଛି । ସୁଲଭ ଦରରେ ରୋଗୀଙ୍କ ସହଯୋଗୀମାନେ ଏଠାରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ କରିପାରିବେ । ଏଥିସହ ଡରମେଟୋରିର ବ୍ୟବସ୍ଥା ମଧ୍ୟ ରହିଛି ଯାହା ଦିନକୁ ୧୦୦ ଟଙ୍କା ରଖାଯାଇଛି । ହସ୍ପିଟାଲରେ ଏହି ସୁବିଧା ପାଇବା ପରେ ରୋଗୀଙ୍କ ସଂପର୍କୀୟମାନେ ଖାଇବା ଏବଂ ରହିବା ପାଇଁ ଯେଉଁ କଷ୍ଟ ଭୋଗୁଥିଲେ ସେଥିରୁ ଲାଘବ ମିଳିବ ବୋଲି କୁହାଯାଇଛି ।

ତେବେ ଏହି ଦୁଇଟି କେନ୍ଦ୍ର ରାଜ୍ୟ ସରକାରଙ୍କର ଏକ ବଡ ଅବଦାନ ହୋଇଥିବାରୁ ସ୍ଥାନୀୟ ଲୋକେ ମନ୍ତ୍ରୀ ଓ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜି ଅପରାହ୍ନରେ ୫ଟି ସଚିବ ଭିକେ ପାଣ୍ଡିଆନ ରାୟଗଡା ଗସ୍ତରେ ଆସୁଥିବା ବେଳେ ଏହି ବିଜୁ ପଟ୍ଟନାୟକ ଅଡିଟୋରିୟମରେ ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ର ଛାତ୍ରୀଙ୍କ ସହିତ ଏକ ବୈଠକରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ପାଣ୍ଡିୟାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ମିଶନ ଶକ୍ତି ଦ୍ଵାରା ପରିଚାଳିତ କାଫେ ପରିଦର୍ଶନ କରିବା ସହ ରାୟଗଡା ଜିଲ୍ଲାରେ କିପରି ଚାଲିଛି ଆମ ହସ୍ପିଟାଲ ତାର ମଧ୍ୟ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.