ETV Bharat / state

ଚିଲିକାରେ ବୁଡ଼ିଲା ଗ୍ୟାସ ଟାଙ୍କି ବୋଝେଇ ପିକଅପ୍ ଭ୍ୟାନ, ଭାଙ୍ଗିଲା ଡଙ୍ଗା

author img

By

Published : Dec 19, 2022, 4:16 PM IST

pick up van sinks in Chilika lake
pick up van sinks in Chilika lake

ଚିଲିକାରେ ବୁଡିଲା ଗ୍ୟାସ ବୋଝେଇ ଟାଟା-107 ଗାଡି । ଟ୍ରାକ୍ଟର ସାହାଯ୍ୟରେ ଗାଡିଟିକୁ ଉପରକୁ କାଢିବା ପାଇଁ ସ୍ଥାନୀୟ ଲୋକଙ୍କ ଚେଷ୍ଟା । ଅଧିକ ପଢନ୍ତୁ

ବ୍ରହ୍ମଗିରି: ପୁଣି ଚିଲିକାରେ ଅଘଟଣ । ଚିଲିକାରେ ବୁଡିଲା ଗ୍ୟାସ ବୋଝେଇ ଟାଟା-107 ଗାଡି । ଏନେଇ ଭାଙ୍ଗିଲା ଡଙ୍ଗା । ଆଜି ଅପରାହ୍ନରେ ଚିଲିକା ଜହ୍ନିକୁଦା ଘାଟରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟାଟା-107 ଗାଡି ରୁ ଡଙ୍ଗା ରେ ଗ୍ୟାସ ଲୋଡ କରୁଥିଲା । ସେହି ସମୟରେ ଭାରସାମ୍ୟ ହରାଇ ଗାଡିଟି ଚିଲିକାରେ ଅଧା ବୁଡିଯାଇଥିଲା ।

ଅନ୍ୟପଟେ ଗାଡିଟି ଡଙ୍ଗାରେ ବାଜି ଡଙ୍ଗା ମଧ୍ୟ ଭାଙ୍ଗିଯାଇ ଥିବା ଜଣାପଡିଛି । ଏଥି ସହ ଗ୍ୟାସ ସିଲିଣ୍ଡର ଚିଲିକାରେ ଭାସୁଥିବାର ଦେଖିବାକୁ ମିଳିଛି । ଜହ୍ନିକୁଦା ଘାଟରେ ଗାଡ଼ିରୁ ଗ୍ୟାସ ଅନଲୋଡ ହୋଇ ଡଙ୍ଗାରେ ଲୋଡ ହୋଇ ଗ୍ୟାସ ସିଲିଣ୍ଡର ଚିଲିକା ମଧ୍ୟରେ ଥିବା ମହଂସା ବ୍ରହ୍ମପୁର ଗ୍ରାମକୁ ଯାଇଥାନ୍ତା । ହେଲେ ଗାଡି ଚିଲିକା ପାଣିରେ ଅଧା ବୁଡି ଯାଇ ଥିବା ବେଳେ ଏବେ ଟ୍ରାକ୍ଟର ସାହାଯ୍ୟରେ ଗାଡିଟିକୁ ଉପରକୁ କାଢିବା ପାଇଁ ସ୍ଥାନୀୟ ଲୋକେ ଚେଷ୍ଟା କରୁଥିବା ଜଣାପଡିଛି ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.