ETV Bharat / state

Chiittanjan Murder Case: ବ୍ରହ୍ମଗିରିରେ ବିଜେପିର ବିକ୍ଷୋଭ, ବିରୋଧ କଲେ ମୃତକଙ୍କ ପତ୍ନୀ

author img

By

Published : Dec 17, 2021, 8:13 PM IST

ବ୍ରହ୍ମଗିରିରେ ବିଜେପିର ବିକ୍ଷୋଭ ସମାବେଶ, ବିରୋଧ କଲେ ମୃତ ଚିତ୍ତଙ୍କ ପତ୍ନୀ
ବ୍ରହ୍ମଗିରିରେ ବିଜେପିର ବିକ୍ଷୋଭ ସମାବେଶ, ବିରୋଧ କଲେ ମୃତ ଚିତ୍ତଙ୍କ ପତ୍ନୀ

ପୁରୀ ବ୍ରହ୍ମଗିରିରେ ଚିତ୍ତରଞ୍ଜନ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଓ ନ୍ୟାୟ ଦାବିରେ ବିଜେପିର ବିକ୍ଷୋଭକୁ ବିରୋଧ କରିଛନ୍ତି ମୃତ ଚିତ୍ତଙ୍କ ପତ୍ନୀ । ଅଧିକ ପଢନ୍ତୁ

ବ୍ରହ୍ମଗିରି: ବହୁଚର୍ଚ୍ଚିତ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲାଇଙ୍କ ମୃତ୍ୟୁକୁ ନେଇ ସରଗରମ ରାଜ୍ୟ ରାଜନୀତି । ସଞ୍ଜୟଙ୍କ ଇସ୍ତଫା ଦାବି ଓ ମୃତ ଚିତ୍ତଙ୍କୁ ନ୍ୟାୟ ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି(ଶୁକ୍ରବାର) ବିକ୍ଷୋଭ ସମାବେଶ କରିଥିଲା ବିଜେପି । ତେବେ ବିଜେପିର ଏହି ବିକ୍ଷୋଭକୁ ବିରୋଧ କରିଛନ୍ତି ମୃତ ଚିତ୍ତଙ୍କ ପତ୍ନୀ ସୁଭଦ୍ରା ପଲାଇ ।

ବ୍ରହ୍ମଗିରିରେ ବିଜେପିର ବିକ୍ଷୋଭ ସମାବେଶ, ବିରୋଧ କଲେ ମୃତ ଚିତ୍ତଙ୍କ ପତ୍ନୀ

ଏହା ବି ପଢନ୍ତୁ: Chittaranjan Murder Case: ନ୍ୟାୟ ଦାବିରେ ବ୍ରହ୍ମଗିରି ବିଜେପିର ବିକ୍ଷୋଭ ସମାବେଶ

ସୁଭଦ୍ରା କହିଛନ୍ତି ଯେ ବିଜେପିର କୌଣସି ନେତା ଆମ ପରିବାରକୁ ଆଜି ପର୍ଯ୍ୟନ୍ତ ଭେଟି ନାହାଁନ୍ତି କିମ୍ବା ସମବେଦନା ମଧ୍ୟ ଜଣାଇନାହାନ୍ତି । ତେଣୁ ଦୟାକରି ବ୍ରହ୍ମଗିରି ବିଧାୟକ ଓ ବିଜେପି ଦଳ ଏହି ଘଟଣାରେ ରାଜନୀତି ନ କରନ୍ତୁ । ଆମର କ୍ରାଇମବ୍ରାଞ୍ଚ ଉପରେ ଯଥେଷ୍ଟ ଭରସା ରହିଛି ଓ କ୍ରାଇମବ୍ରାଞ୍ଚ ଆମ ପରିବାରକୁ ନ୍ୟାୟ ଦେବ ବୋଲି ସେ ଆଶା ରଖିଥିବା କହିଛନ୍ତି ।

ଏହା ବି ପଢନ୍ତୁ: Sanjay Das Burma PA death case: ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରୁ ସଞ୍ଜୟଙ୍କ ଇସ୍ତଫା ଦାବି

କିଛି ଦିନ ପୂର୍ବେ ଚିତ୍ତରଞ୍ଜନ ମୃତ୍ୟୁ ଘଟଣାକୁ ନେଇ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରେସମିଟ କରି ଚିତ୍ତରଞ୍ଜନଙ୍କ ପରିବାରୁ ଭେଟିବାକୁ ଗଣମାଧ୍ୟମ ସମ୍ମୁଖରେ ବିବୃତି ରଖିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ବିଜେପି ପ୍ରତିନିଧୀ ମଣ୍ଡଳୀ ଉକ୍ତ ପରିବାରକୁ ଭେଟି ନଥିବା ଘଟଣା ସାଧାରଣରେ ଚର୍ଚ୍ଚା ହେଉଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.