ETV Bharat / state

ବାହୁଡା ପ୍ରସ୍ତୁତି: ନାକଚଣାରେ ତାଳଧ୍ଵଜ ଓ ଦର୍ପଦଳନ, କାଲି ନନ୍ଦିଘୋଷର ହେବ ଦକ୍ଷିଣ ମୋଡ଼

author img

By

Published : Jun 25, 2023, 9:45 PM IST

Dakshina moda rituals
Dakshina moda rituals

ବାହୁଡା ଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଆଜି 3ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିବା ବେଳେ ହୋଇପାରିନି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ । ଅଧିକ ପଢନ୍ତୁ

ବାହୁଡା ପାଇଁ ପ୍ରସ୍ତୁତି: 3ରଥର ଆରମ୍ଭ ହେଲା ଦକ୍ଷିଣ ମୋଡ଼

ପୁରୀ: ନବଦିନାତ୍ମକ ଯାତ୍ରାରେ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ହେରାପଞ୍ଚମୀ ନିତି ସମ୍ପନ୍ନ ହେବା ପରେ ଆଜି (ରବିବାର)ଠାରୁ ବାହୁଡା ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଆଜ୍ଞାମାଳ ଆସିବା ପରେ ଦକ୍ଷିଣ ମୋଡ ନେଇଛନ୍ତି 3 ରଥ । ତାଳଧ୍ଵଜ ଓ ଦର୍ପଦଳନ ରଥ ନାକଚଣା ଦ୍ଵାରରେ ଲାଗିଥିବା ବେଳେ ହୋଇପାରିନି ପ୍ରଭୁ ଜଗନ୍ନାଥଙ୍କ ରଥର ଦକ୍ଷିଣ ମୋଡ଼ । ଆଜି ରାତି ହୋଇଯିବାରୁ ନନ୍ଦିଘୋଷ ରଥର ଆସନ୍ତାକାଲି ହେବ ଦକ୍ଷିଣ ମୋଡ଼ ।

Dakshina moda
ଦକ୍ଷିଣ ମୋଡ଼ ଲାଗି ଆସିଲା ଆଜ୍ଞାମାଳ

ସକାଳ ଧୂପ ପରେ ମହାପ୍ରଭୁଙ୍କଠାରୁ 3 ରଥ ଲାଗି ଆଜ୍ଞାମାଳ ବିଜେ କରିଥିଲା । ତିନି ରଥରେ ଆଜ୍ଞା ମାଳ ବିଜେ ବେଳେ ତିନି ରଥର ମୁଖ୍ୟ ବିଶ୍ଵକର୍ମା ଉପସ୍ଥିତ ରହିଥିଲେ । ତା'ପରେ ଆରମ୍ଭ ହୋଇଥିଲା ତିନି ରଥର ଦକ୍ଷିଣ ମୋଡ଼ । ବିଧି ପରମ୍ପରା ଆଧାରରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ପ୍ରଥମେ ଦକ୍ଷିଣୀ ମୋଡ କରାଯାଇଥିଲା । ଭୋଇ ସେବକ, ପୋଲିସ କର୍ମଚାରୀମାନେ ଦର୍ପଦଳନ ରଥକୁ ଟାଣି ନାକଚଣା ଦ୍ଵାର ସମ୍ମୁଖରେ ଲଗାଇଥିଲେ । ପରେ ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ଦକ୍ଷିଣୀ ମୋଡ କରାଯାଇଥିଲା । ମାତ୍ର ରାତି ହୋଇଯିବାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଦକ୍ଷିଣୀ ମୋଡ ହୋଇପାରିନାହିଁ ।

Dakshina moda
ଦର୍ପଦଳନର ଦକ୍ଷିଣ ମୋଡ

ଏହା ବି ପଢନ୍ତୁ- ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ ନୀତି ବିଳମ୍ବ, ଭକ୍ତ ମହଲରେ ଅସନ୍ତୋଷ

ଆସନ୍ତାକାଲି ଅଷ୍ଟମୀ ତିଥିରେ ନନ୍ଦିଘୋଷ ରଥର ଦକ୍ଷିଣୀ ମୋଡ଼ କରାଯିବ । ସେପଟେ ବର୍ଷା ସତ୍ତ୍ବେ ଆଜି ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ବେଶ ଶୃଙ୍ଖଳିତ ଭାବେ ହୋଇଛି । ବଡଶଙ୍ଖ ଠାରୁ ଲମ୍ବା ଲାଇନରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ଵାର ଦେଇ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି । ତେବେ ୨୭ରେ ସନ୍ଧ୍ୟା ଦର୍ଶନ । ବାହୁଡା ନୀତି ଶୃଙ୍ଖଳିତ କରିବା ଲାଗି ସନ୍ଧ୍ୟା ଦର୍ଶନ ସମୟ ସଙ୍କୁଚିତ କରାଯାଇଛି । ସେହିଦିନ ସନ୍ଧ୍ୟା ୫ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ସେପଟେ ହେରାପଞ୍ଚମୀ ନିତିରେ ବିଭ୍ରାଟ ଯୋଗୁଁ ମହାଲକ୍ଷ୍ମୀ ରାତି ପ୍ରାୟ ସାଢେ 3ଟା ବେଳେ ଶ୍ରୀଗୁଣ୍ଡିଚାକୁ ବିଜେ କରିଥିଲେ । ଶ୍ରୀମନ୍ଦିରକୁ ଦିନରେ ବାହୁଡା ବିଜେ କରିଥିଲେ ମହାଲକ୍ଷ୍ମୀ ଠାକୁରାଣୀ । ତେବେ ଭକ୍ତଙ୍କ ପ୍ରବଳ ଗହଳି ଯୋଗୁଁ ନୀତି ବିଳମ୍ବ ହୋଇଥିବା ସେବାୟତ କହିଥିଲେ । ସେପଟେ ସୁରକ୍ଷା ଦୃଷ୍ଟି କୋଣରୁ ଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହା ଛଡ଼ା ଡଗ ଓ ବମ ସ୍କ୍ବାର୍ଡ ମୁତୟନ କରାଯାଇଛି । ଚୋରି, ଛିନତାଇ ରୋକିବାକୁ ସାଧା ପୋଷାକରେ ପୋଲିସ ମୁତୟନ କରାଯାଇଛି । ନିଜେ ପୁରୀ ଏସପି କେ ବିଶାଲ ସିଂ ପ୍ରତିଦିନ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.