ETV Bharat / state

Magha Saptami: ୨୮ରେ ମାଘ ସପ୍ତମୀ ବୁଡ, ବସିଲା ଦ୍ୱିତୀୟ ସମନ୍ବୟ ବୈଠକ

author img

By

Published : Jan 21, 2023, 7:39 AM IST

Updated : Jan 21, 2023, 2:26 PM IST

ମାଘ ସପ୍ତମୀ ବୁଡ
ମାଘ ସପ୍ତମୀ ବୁଡ

୨୮ରେ ମାଘ ସପ୍ତମୀ ବୁଡ । ଏହାର ଶୃଙ୍ଖଳିତ ପରିଚାଳନା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

Magha Saptami

ପୁରୀ: ରଥଯାତ୍ରା ପରେ ଚନ୍ଦ୍ରଭାଗା ମେଳା ପୁରୀ ଜିଲ୍ଲାର ଅନ୍ୟତମ ବିପୁଳ ଜନସମାଗମ ହେଉଥିବା ଆଧ୍ୟାତ୍ମିକ ବୁଡ କାର୍ଯ୍ୟକ୍ରମ । ଏହାକୁ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍କିଟ ହାଉସ ଠାରେ ଦ୍ୱିତୀୟ ସମନ୍ବୟ କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି ତିନି ଠାକୁରଙ୍କ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ ବୋଲି କହିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ବିସ୍ତୃତ ସୂଚନା ଦେଇ ପୂର୍ବ ପ୍ରସ୍ତୁତି ବୈଠକ ଓ ନୀତିକାନ୍ତି ବୈଠକର ନିର୍ଯ୍ୟାସ ସମ୍ପର୍କରେ ଆଲୋକପାତ କରିଛନ୍ତି ।

ଚଳିତ ମାସ ୨୭ ଓ ୨୮ ତାରିଖରେ ତିନି ଠାକୁର ତ୍ରିବେଣେଶ୍ବର, ଦକ୍ଷିଣେଶ୍ବର ଓ ଇଶାନେଶ୍ବରଙ୍କୁ ନେଇ ଚନ୍ଦ୍ରଭାଗାରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହେବ । ୨୭ ତାରିଖ ରାତି ୮.୧୦ରୁ ରାତି ୧୦.୪୦ ମଧ୍ୟରେ ତିନି ଠାକୁରଙ୍କ ବିମାନ ବିଜେ, ୧୧.୩୦ ରୁ ରାତି ୧୨ଟା ମଧ୍ୟରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଠାକୁରଙ୍କ ପୂଜା ଓ ଭୋଗ ଲାଗି ଅନୁଷ୍ଠିତ ହେବ । ରାତି ୧.୧୬ ରୁ ଠାକୁରଙ୍କ ପୂଜାର୍ଚ୍ଚନା ଓ ଭୋର୍ ୪.୪୧ରୁ ୬.୨୪ ମଧ୍ୟରେ ଠାକୁରମାନଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁମାନଙ୍କୁ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ ପକାଇବାର ସୁଯୋଗ ମିଳିବ ।

ଠାକୁରମାନଙ୍କ ନୀତିରେ ଯେପରି ବିଳମ୍ବ ନ ହୁଏ ସେଥିପାଇଁ ପୂଜକ ଓ ସେବାୟତମାନେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ପରିବହନ, ରାସ୍ତାଘାଟ ମରାମତି, ଚନ୍ଦ୍ରଭାଗା ପୁଷ୍କରିଣୀ ଖନନ, ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ପାନୀୟ ଜଳ ବ୍ୟବସ୍ଥା, ଗାଡି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସୂଚନା କେନ୍ଦ୍ର ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଏହି ସମନ୍ବୟ କମିଟି ବୈଠକରେ ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନଏସି ଅଧ୍ୟକ୍ଷା ସଞ୍ଜୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସେକ ସଗିର, ଡେପୁଟି କଲେକ୍ଟର ରାକେଶ ପଣ୍ଡା, ସନ୍ଥ ସମିତିର ଶରତ ଜୟସିଂ, ତିନି ଠାକୁରଙ୍କ ସେବାୟତ, ଅନ୍ୟାନ୍ୟ ଅଧିକାରୀ ଓ ସଦସ୍ୟମାନେ ଯୋଗ ଦେଇ ଆଲୋଚନାରେ ଅଶଂଗ୍ରହଣ କରିଥିଲେ ।

ଇଟିଭି ଭାରତ, ପୁରୀ

Last Updated :Jan 21, 2023, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.