ETV Bharat / state

ପୁରୀ ପ୍ରଶାସନର ଭେଦଭାବ ! ବାହାର ଭକ୍ତ ବାଲକୋନିରୁ ଦେଖିଲେ ରଥଯାତ୍ରା

author img

By

Published : Jul 13, 2021, 12:15 PM IST

ପୁରୀ ପ୍ରଶାସନର ଭେଦଭାବ! ବାହାର ଭକ୍ତ ବାଲକୋନିରୁ ଦେଖିଲେ ରଥଯାତ୍ରା
ପୁରୀ ପ୍ରଶାସନର ଭେଦଭାବ! ବାହାର ଭକ୍ତ ବାଲକୋନିରୁ ଦେଖିଲେ ରଥଯାତ୍ରା

ରଥଯାତ୍ରା ସମୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର ଉପରେ କେହି ଦର୍ଶନ କରିପାରିବେ ନାହିଁ । ପୁରୀ ପ୍ରଶାସନର ଏହି କଡା ନିର୍ଦ୍ଦେଶ ଥିଲା । ତେବେ ବାହାର ଭକ୍ତ ବାଲକୋନିରୁ ରଥଯାତ୍ରା କିପରି ଦେଖିଲେ ? ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ଲାଗୁ କରିଥିଲା କିଛି ନିଆରା କଟକଣା । ଗତବର୍ଷ କୋଭିଡ ପାଇଁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ବିନାଭକ୍ତରେ ରଥଟଣା ହୋଇଛି । ଏହାସହ ରଥଯାତ୍ରା ସମୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର ଉପରେ କେହି ଦର୍ଶନ କରିପାରିବେ ନାହିଁ ବୋଲି କଡ଼ାକଡ଼ି ଭାବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଥିଲେ। ଆଉ ଏହାକୁ ପୁରୀ ବାସିନ୍ଦା ସମ୍ପୂର୍ଣ୍ଣ ମାନି ପ୍ରଶାସନକୁ ସହଯୋଗ ମଧ୍ୟ କରିଥିଲେ ।

ପୁରୀ ପ୍ରଶାସନର ଭେଦଭାବ! ବାହାର ଭକ୍ତ ବାଲକୋନିରୁ ଦେଖିଲେ ରଥଯାତ୍ରା
ପୁରୀ ପ୍ରଶାସନର ଭେଦଭାବ! ବାହାର ଭକ୍ତ ବାଲକୋନିରୁ ଦେଖିଲେ ରଥଯାତ୍ରା

କିନ୍ତୁ ଏବେ ପ୍ରଶାସନର ଏଭଳି ବ୍ୟବସ୍ଥାକୁ ନେଇ ଅନେକ ଲୋକ କଡା ସମାଲୋଚନା କରିବା ସହ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ଯେଉଁଠି ପୁରୀ ବାସିନ୍ଦା ନିଜ ଘର ବାଲକୋନିରୁ ଠିଆ ହୋଇ ଦେଖିବା ଉପରେ କଡା କଟକଣା ଜାରି କରାଯାଇଥିଲା, ସେଠାରେ ରାଜ୍ୟ ବାହାର କିଛି ଲୋକ ଏହି ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି । ଯାହାର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପୁରୀ ପ୍ରଶାସନର ଭେଦଭାବ! ବାହାର ଭକ୍ତ ବାଲକୋନିରୁ ଦେଖିଲେ ରଥଯାତ୍ରା
ପୁରୀ ପ୍ରଶାସନର ଭେଦଭାବ! ବାହାର ଭକ୍ତ ବାଲକୋନିରୁ ଦେଖିଲେ ରଥଯାତ୍ରା

ଘର ବାଲକୋନିରେ ଠିଆ ହୋଇ ଦେଖିବା ମନାଥିଲେ ମଧ୍ୟ ରାଜ୍ୟ ବାହାର ଦୁଇ ବ୍ୟକ୍ତି ଏହି ନିୟମକୁ ଉଲ୍ଲଙ୍ଘନ କରି ଘର ବାଲକୋନି ରଥଯାତ୍ରା ଦେଖିବା ସହ ଫୋଟୋ ଉଠାଇ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଦୁଇ ବ୍ୟକ୍ତି ହେଲେ ଗୋବିନ୍ଦ କ୍ରିଷ୍ଣା ଦାସ ଓ ଅତୁଲ କ୍ରିଷ୍ଣା । ଏହି ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁରୀ ପୋଲିସ ଓ ପ୍ରଶାସନକୁ ଅନେକ ଵ୍ୟକ୍ତି କଠୋର ସମାଲୋଚନା କରିଛନ୍ତି। ଯେତେବେଳେ ଶ୍ରୀକ୍ଷେତ୍ରବାସୀ ନିଜର ଆରାଧ୍ୟ ଦେବତା ମହାପ୍ରଭୁଙ୍କ ପରମ୍ପରା ରକ୍ଷା ନିମନ୍ତେ ନିଜକୁ ବାଳିଦାନ ଦେଇ ରଥଯାତ୍ରାରେ ସାମିଲ ହେଲେ ନାହିଁ, ଏପରକି କଟକଣା ମାନି ନିଜ ଘର ଛାତ ଓ ବାଲକୋନିରେ ଦେଖିଲେନି । ସେତେବେଳେ ଏହି ଦୁଇ ଵ୍ୟକ୍ତିଙ୍କୁ କିଏ ଅନୁମତି ଦେଲା ? ପୁରୀ ପ୍ରଶାସନ ପୁରୀବାସୀଙ୍କ ପାଇଁ ଗୋଟିଏ ନିୟମ କରିଥିବା ବେଳେ ବାହାର ରାଜ୍ୟର ଲୋକଙ୍କ ପାଇଁ ଆଉ ଗୋଟିଏ ନିୟମ କାହିଁକି ? ତାହା ଏବେ ଲୋକମାନେ ପ୍ରଶ୍ନ କରିଛନ୍ତି ।

ବଡ଼ଦାଣ୍ଡରେ ଛାତ ଉପରେ ପୋଲିସ ଜଗି ଥିବା ବେଳେ ଏମାନଙ୍କୁ ନିଶ୍ଚିତ ପୋଲିସ ଓ ପ୍ରଶାସନିକ ଅଧିକାରୀ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି । ପୁରୀ ପୋଲିସ ଓ ପ୍ରଶାସନର ଏଇ ଦୋମୁହାଁ ଏବଂ ଭେଦଭାବ ନୀତିକୁ ନେଇ ଏବେ ପ୍ରଶ୍ନ ଉଠୁଛି । ତୁରନ୍ତ ପ୍ରଶାସନ ନିୟମ ଉଲଙ୍ଘନକାରୀଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.