ETV Bharat / state

ମହାପ୍ରସାଦ ମୋହରେ ବିଦେଶୀ ଭକ୍ତ, କୁଡୁଆରୁ ଖୁଣ୍ଟି ଖୁଣ୍ଟି ଖାଉଛନ୍ତି ଅନ୍ନ

author img

By

Published : Mar 2, 2021, 3:20 PM IST

ମହାପ୍ରସାଦ ମୋହରେ ବିଦେଶୀ ଭକ୍ତ
ମହାପ୍ରସାଦ ମୋହରେ ବିଦେଶୀ ଭକ୍ତ

ଵିଦେଶୀମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ମନା । କିନ୍ତୁ ଦକ୍ଷିଣ ଦ୍ବାର ନିକଟରେ ଜଣେ ଵିଦେଶୀ ଭକ୍ତ ତଳେ ପଡିଥିବା କୁଡୁଆରୁ ମହାପ୍ରସାଦ ଖାଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ପୁରୀ: ଜଗତର ନାଥ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସାରା ବିଶ୍ବରେ ରହିଛନ୍ତି ତାଙ୍କର କୋଟି କୋଟି ଭକ୍ତ। ଵିଦେଶୀ ବି ତାଙ୍କ ପ୍ରେମରେ ଛୁଟି ଆସୁଛନ୍ତି ଶ୍ରୀକ୍ଷେତ୍ରକୁ। ତେବେ ପ୍ରଭୁଙ୍କ ପ୍ରେମରେ ଭକ୍ତ କିଭଳି ଭାବ ବିହ୍ବଳ ହୋଇଛନ୍ତି, ତାହାର ଏପରି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଦକ୍ଷିଣ ଦ୍ବାର ନିକଟରେ ଜଣେ ଵିଦେଶୀ ଭକ୍ତ ତଳେ ପଡିଥିବା କୁଡୁଆରୁ ମହାପ୍ରସାଦ ଖାଉଛନ୍ତି । ଵିଦେଶୀ ବୋଲି ସିନା ସେ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରୁନାହାଁନ୍ତି ।

ମହାପ୍ରସାଦ ମୋହରେ ବିଦେଶୀ ଭକ୍ତ

କିନ୍ତୁ ଶ୍ରୀମନ୍ଦିର ପାଖରେ ପଡ଼ୁଥିବା ଖାଲି କୁଡୁଆରୁ ଲାଗି ଥିବା ମହାପ୍ରସାଦ ଖୁଣ୍ଟି ମହା ଆନନ୍ଦରେ ସେବନ କରୁଛନ୍ତି। ଏହି ଭାଇରାଲ ଭିଡ଼ିଓ ଏବେ ପୁଣି ପ୍ରମାଣିତ କରିଛି ବିଦେଶୀ ଭକ୍ତ ଟିଏ କେତେ ମହାପ୍ରଭୁଙ୍କୁ ଭଲ ପାଉଛି। ତାଙ୍କରି ନାମ ଧରି ଦିନ କାଟୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.