ETV Bharat / state

ପୁଣି ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

author img

By

Published : Nov 19, 2022, 11:05 PM IST

Updated : Nov 20, 2022, 10:06 AM IST

ପୁଣି ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ପୁଣି ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଚରମ ଅବହେଳା (Jagannathan temple inside photo viral)। ଗର୍ଭଗୃହ ଫଟୋ ଭାଇରାଲ । ଏକ ଫେସବୁକ ଆକାଉଣ୍ଟରେ ହୋଇଛି ପୋଷ୍ଟ । ଭକ୍ତ ମହଲରେ ଅସନ୍ତୋଷ । ଅଧିକ ପଢନ୍ତୁ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଛି ପ୍ରଶ୍ନ । ପୁଣି ଭାଇରଲ ହେବାରେ ଲାଗିଛି ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫୋଟୋ (Jagannathan temple inside photo viral) । ଆକାଶ ଚୌଧୁରୀ ନାମିତ ଏକ ଫେସ୍‌ବୁକ ଆକାଉଣ୍ଟରେ ଏହି ଫୋଟୋ ସବୁ ପୋଷ୍ଟ କରାଯାଇଛି । ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ମନ୍ଦିରର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଶ୍ରୀମନ୍ଦିର ଭିତରର ଫଟୋ ପୁର୍ବରୁ ଅନେକ ଥର ଭାଇରଲ ହୋଇଥିବା ସତ୍ତ୍ବ ଚଳିତ ଥରର ଭାଇରାଲ ଘଟଣା ଅତି ସମ୍ବେଦନଶୀଳ । ପୂର୍ବରୁ ଭାଇରଲ ଫୋଟୋଗୁଡିକ ଭିତର ବେଢାର ହୋଇଥିବା ବେଳେ ଆଜି ଭାଇରାଲ ହୋଇଥିବା ଫଟୋଗୁଡିକ ଶ୍ରୀମନ୍ଦିର ଗର୍ଭଗୃହ ଭିତରର । ଏଣୁ ସୁରକ୍ଷା ବ୍ୟବସ୍ଥାରେ ଚରମ ଅବହେଳା ପ୍ରଦର୍ଶନ ହୋଇଥିବା ସ୍ପଷ୍ଟ ଦୃଶ୍ୟମାନ । ସେପଟେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ନୀତିକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ପୁରୀ

Last Updated :Nov 20, 2022, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.