ETV Bharat / state

କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା: ୪ ଅଟକ

author img

By

Published : Mar 21, 2022, 11:50 AM IST

କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା: ୪ଅଟକ
କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା: ୪ଅଟକ

କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା । ଘଟଣାରେ ୪ ଜଣ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ପଢନ୍ତୁ

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକୁ ଚାରି ଦିନ ବିତି ଗଲାଣି । ଆଜି ଘଟଣାରେ ୪ଜଣ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁରୀ ପୋଲିସ । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଘଟଣା ପଛରେ ପୂର୍ବ ଶତ୍ରୁତା କିମ୍ବା ଜମିଜମା ବିବାଦ ସେନେଇ ପୋଲିସ ଛାନଭିନ ଚଳାଇଛି ।

ପୂର୍ବ ଶତ୍ରୁତା, ଜମି ଡିଲ ବିବାଦକୁ ନେଇ ସୁପାରୀ କିଲିଂ ହୋଇଥିବା ନେଇ ସୂଚନା ରହିଛି । ତେବେ ଆଜି ଏହି ଘଟଣା ଉପରେ ପୁରୀ ପୋଲିସର ଏକ ସାମ୍ବାଦିକ ସମିଳନୀ ରହିଛି । ଆଜି ପୁରା ହତ୍ୟାକାଣ୍ଡ ଉପରୁ ପରଦା ହଟାଇପାରେ ପୁରୀ ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀକ୍ଷେତ୍ରରେ ଫୁଟିଲା ଗୁଳି: ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କୁ ହତ୍ଯା, ୧୦ବର୍ଷ ତଳର କ୍ରାଇମଷ୍ଟୋରୀ ରିପିଟ !

ସୂଚନାଅନୁସାରେ, ଗତ ୧୬ ତାରିଖରେ ବାରବାଟୀ ଜାଗାର (ଜାଗା ଆଖଡା ଘର) ସମ୍ପାଦକ ଥିବା ବରିଷ୍ଠ ସେବାୟତ ଜଣଙ୍କ ସକାଳ ସାଢେ ଦଶଟା ସମୟରେ ଜାଗା ନିକଟରେ ବସିଥିଲେ । ବାଇକରେ କିଛି ଦୁର୍ବୃତ୍ତ ବାରବାଟି ଜାଗାରେ ପହଞ୍ଚି କାଳିଆଙ୍କ ଉପରକୁ ଅତି ନିକଟରୁ ଗୁଳି କରିଥିଲେ । ସମୁଦାୟ ତିନି ରାଉଣ୍ଡ ଗୁଳି ଫୁଟିଥିବା ବେଳେ କାଳିଆଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିଥିଲା ।ଗୁରୁତର ଅବସ୍ଥାରେ କାଳିଆଙ୍କୁ ଚିକିତ୍ସା ପାଇଁ ପୁରୀ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.