ETV Bharat / state

ଚକ୍ରତୀର୍ଥ ରୋଡରେ ଲହଡି ମାରୁଛି ନର୍ଦ୍ଦମା ପାଣି

author img

By

Published : Dec 2, 2022, 9:26 PM IST

ଚକ୍ରତୀର୍ଥ ରୋଡରେ ଲହଡି ମାରୁଛି ନର୍ଦ୍ଦମା ପାଣି
ଚକ୍ରତୀର୍ଥ ରୋଡରେ ଲହଡି ମାରୁଛି ନର୍ଦ୍ଦମା ପାଣି

ପର୍ଯ୍ୟଟନ ସହର‌ ପୁରୀରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଅପାରଗ ପଣିଆ। ଏଥି ଯୋଗୁଁ ସହରବାସୀ ଅସ୍ୱାସ୍ଥ୍ୟକର ପରିବେଶରେ ହେଉଛନ୍ତି ହଇରାଣ । ଅଧିକ ପଢନ୍ତୁ

ପୁରୀ : ପର୍ଯ୍ୟଟନ ସହର‌ ପୁରୀରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଅପାରଗ ପଣିଆ । ସହରବାସୀ ଅସ୍ବାସ୍ଥ୍ୟକର ପରିବେଶରେ ଘାଣ୍ଟି ହେଉଛନ୍ତି । ସହରରେ ଥିବା ସ୍ବରାଜ ଚାମ୍ବର ନିର୍ମାଣରେ ବ୍ୟାପକ ତ୍ରୁଟି ବିଚ୍ୟୁତ ଥିବାବେଳେ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିଦିନ ସ୍ବରାଜ ଚାମ୍ବର ଫାଟି ବିଭିନ୍ନ ସ୍ଥାନରେ ମଇଳା ପାଣି ଭାସୁଛି । ତେବେ ଏ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀର ପ୍ରମୁଖ ରାସ୍ତା ଚକ୍ରତୀର୍ଥ ଅଞ୍ଚଳର । ସ୍ବରାଜ ଚାମ୍ବର ଫାଟି ରାସ୍ତା ଉପରେ ସୃଷ୍ଟି ହୋଇଛି କୃତିମ ବନ୍ୟା ।

ଚକ୍ରତୀର୍ଥ ରୋଡରେ ଲହଡି ମାରୁଛି ନର୍ଦ୍ଦମା ପାଣି

ତେବେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଏହି କୃତିମ ବନ୍ୟା ଯୋଗୁଁ ଏହି ରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିଲା। ଏହି ଘଟଣା କେବଳ ଆଜିର ନୁହେଁ । ଅନେକ ସମୟରେ ଏଭଳି ଅବସ୍ଥା ଭୋଗୁଛନ୍ତି ଏଠାକାର ବାସିନ୍ଦା। ତେବେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଆଖିବୁଜା ଦୁର୍ନୀତି ଯୋଗୁଁ ନିମ୍ନ ମାନର କାମ ପାଇଁ ଏଭଳି ଅସୁବିଧା ଭୋଗୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ସେହିପରି ସମୁଦ୍ର କୂଳ ରାସ୍ତାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଚକ୍ରତୀର୍ଥ ରୋଡ ଭଳି ଏହି ରାସ୍ତାରେ ମଧ୍ୟ ବିଭିନ୍ନ ସମୟରେ ସ୍ବରାଜ ଚାମ୍ବର ଫାଟି ମଇଳା ପାଣି ରାସ୍ତାରେ ଲହଡି ମାରିବା ସହ ସିଧାସଳଖ ସମୁଦ୍ରରେ ଯାଇ ମିଶୁଛି। ତେବେ ପ୍ରତିବର୍ଷ ଜନସ୍ବାସ୍ଥ୍ୟ ବିଭାଗ ସ୍ବରାଜ ମରାମତି ନାଁ ରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏହି ଅର୍ଥ କାର୍ଯ୍ୟରେ ନ ଲାଗି ଦୁରୁପଯୋଗ ହେଉଥିବା ନେଇ ହୋଇଛି ଅଭିଯୋଗ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.