ETV Bharat / state

ଅଲାରନାଥ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ, ସୁରକ୍ଷା ଦେଲା ପୋଲିସ !

author img

By

Published : Jul 29, 2021, 2:11 PM IST

ଅଲାରନାଥ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ, ସୁରକ୍ଷା ଦେଲା ପୋଲିସ !
ଅଲାରନାଥ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ, ସୁରକ୍ଷା ଦେଲା ପୋଲିସ !

ପୋଲିସ ସୁରକ୍ଷା ମଧ୍ୟରେ ଅଲାରନାଥ ମନ୍ଦିର ପ୍ରବେଶ କଲେ ବାହାର ଭକ୍ତ । କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । ଅଧିକ ପଢନ୍ତୁ...

ପୁରୀ: ପ୍ରଭୁ ଅଲାରନାଥ ମନ୍ଦିରରେ କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗ । ପୁଣି କୋଭିଡ କଟକଣା ଭାଙ୍ଗି ବ୍ରହ୍ମଗିରିର ଅଲାରନାଥ ମନ୍ଦିରକୁ ବାପାର ପର୍ଯ୍ୟଟକ ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।

ଗତକାଲି(ବୁଧବାର) ଅଲାଳନାଥ ମନ୍ଦିର ନିକଟରେ ବୁଲୁଥିଲେ ବାହାର ପର୍ଯ୍ୟଟକ । ସେମାନଙ୍କ ମଧ୍ୟରେ ଥିଲେ ଦୁଇଜଣ ପୁରୁଷ ଓ ଜଣେ ମହିଳା । ଏହି ଲୋକଙ୍କୁ ପୋଲିସ୍ ନିଜେ ମନ୍ଦିରରେ ବୁଲାଉଥିବା ଭିଜୁଆଲ ମୋବାଇଲ କ୍ୟାମେରାରେ କଏଦ ହୋଇଛି । ଜଣେ ପୋଲିସ୍ ୩ ଜଣ ବାହର ପର୍ଯ୍ୟଟକଙ୍କୁ ସୁରକ୍ଷା ମଧ୍ୟରେ ନେଇ ମନ୍ଦିର ବୁଲାଉ ଥିବାବେଳେ ବର୍ଦ୍ଦିରେ ଲାଗିଥିବା ୨ ଷ୍ଟାର ପୋଲିସ୍ ବାବୁ ଜଣକ ମନ୍ଦିର ସମ୍ମୁଖରେ ପ୍ରହରା ଦେଉଥିଲେ । ଦୀର୍ଘ ସମୟ ଧରି ମନ୍ଦିର ବୁଲିବା ପରେ ମନ୍ଦିର ସମ୍ମୁଖରେ ଥିବା ଏକ ବୋଲେରୋରେ ଫେରିଯାଇଥିଲେ ।

ଅଲାରନାଥ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ, ସୁରକ୍ଷା ଦେଲା ପୋଲିସ !

ତେବେ ଏମାନେ କାହା ଅନୁମତିରେ ଗୁଣ୍ଡିଚା ମନ୍ଦିର ଓ ଅଲାରନାଥ ମନ୍ଦିରରେ ପ୍ରବେଶ କଲେ ବୋଲି ଏକ ବୃ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ୨ ଷ୍ଟାର ଥିବା ପୋଲିସ୍ ବାବୁଙ୍କ ନାମ ଥିଲା କୂଳମଣି ପଣ୍ଡା ! ତେବେ ଏଠି ପ୍ରଶ୍ନ ଉଠୁଛି ଏ ପୋଲିସ ବାବୁ ଜଣକ କିଏ ? କାହା ଅନୁମତିରେ କୋଭିଡ କଟକଣା ଭାଙ୍ଗି ମନ୍ଦିରରେ ପର୍ଯ୍ୟଟକଙ୍କୁ ବୁଲାଇଲେ ? ଏମାନେ ଆସିଥିବା ବୋଲେରୋ କାହାର ? ଏମାନେ ବେସ୍ ଆରାମରେ ଗୁଣ୍ଡିଚା ମନ୍ଦିର ସହ ଅଲାରନାଥ ମନ୍ଦିରରେ ପ୍ରବେଶ କଲେ । ମାତ୍ର କିଭଳି ଜାଣିପାରିଲାନି ପୁରୀ ପୋଲିସ ପ୍ରଶାସନ । ଏଠି ପ୍ରଶ୍ନ କୋଭିଡ କଟକଣା ଭାଙ୍ଗି ମନ୍ଦିରକୁ ପ୍ରବେଶ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ? ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇ ଥିବାବେଳେ ଗୋଟିଏ କଥା କିନ୍ତୁ ସ୍ପଷ୍ଟ ହୋଇଛି ଯ, କୋଭିଡ କଟକଣା କେବଳ ସାଧାରଣ ଭକ୍ତଙ୍କ ପାଇଁ !

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.