ETV Bharat / state

ପୁରୀରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ, ହସ୍ପିଟାଲରେ ଭର୍ତ୍ତି

author img

By ETV Bharat Odisha Team

Published : Nov 22, 2023, 3:17 PM IST

Updated : Nov 22, 2023, 7:52 PM IST

ପୁରୀରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ
ପୁରୀରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ

ପୁରୀରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ । ଗୁରୁତର ଅବସ୍ଥାରେ ଛାତ୍ର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ପୁରୀରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ

ପୁରୀ: ପୁରୀରେ ଛାତ୍ରଙ୍କୁ ଛୁରାମାଡ । ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ କରି ଫେରାର୍ ହୋଇଗଲେ ଜୁନିୟର ଛାତ୍ର । ଆଜି (ବୁଧବାର) ପୁରୀ ରେଡକ୍ରସ ରୋଡ ବରଫ କଳ ନିକଟରେ ଜଣେ ଛାତ୍ରଙ୍କ ଉପରେ ଏପରି ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଛାତ୍ର ଜଣକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ବାମ ହାତ ଓ ପେଟରେ ଗଭୀର ଆଘାତ ଲାଗିଛି । ତେବେ ଆହତ ମଧୁବନର କୈଳାଶ ସାହୁଙ୍କ ପୁତ୍ର ମୁନା ସାହୁ ଏବଂ ସେ ପୋଲିସ ଲାଇନ ହାଇସ୍କୁଲରେ ପାଠ ପଢନ୍ତି । ତାଙ୍କୁ ଛୁରାମାଡ ଘଟଣାରେ ୩ ଜଣ ସମ୍ପୃକ୍ତ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସ୍କୁଲରେ ବିଜ୍ଞାନ ମେଳା ଚାଲିଥିବାରୁ ମୁନା ସାହୁ ଆଜି ସକାଳ ସାଢେ ୯ଟାରେ ଘରୁ ଆସିଥିଲେ l ସ୍କୁଲ ପାଖରେ ଥିବା ଏକ ଅଟୋରେ ସେ ବସିଥିଲେ l ଏହି ସମୟରେ ଜଣେ ଛାତ୍ର ଆସି କାହିଁକି ଅଟୋରେ ବସିଛୁ ଅଟୋରୁ ଉଠିଯା କହି ଧମକାଇ ଥିଲା l ମୁନା ସେଠାରୁ ପଳାଇଆସି ସ୍କୁଲରୁ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ରେଡକ୍ରସ ରୋଡ ବରଫ କଳ ନିକଟରେ ୩ ଜଣ ପିଲା ସ୍କୁଟିରେ ଆସି ତାଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ l ଆକ୍ରମଣକାରୀଙ୍କ ମଧ୍ୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଥିବା ନେଇ ପୀଡିତ ଛାତ୍ର ସୂଚନା ଦେଇଛନ୍ତି । ଆକ୍ରମଣରେ ମୁନାଙ୍କ ଶରୀରରେ ଗଭୀର ଆଘାତ ଚାଲିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ : ନବମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଛାତ୍ରର ଛୁରାମାଡ, ହସ୍ପିଟାଲରେ ଭର୍ତ୍ତି

ଛୁରାମାଡ ପରେ ମୁନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଅଭିଯୋଗ ପରେ କୁମ୍ଭାରପଡା ଥାନା ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ଏହି ଘଟଣା ଏବେ ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ସ୍କୁଲ ଛାତ୍ରଙ୍କ ମଧ୍ୟରେ ଏଭଳି ଅପରାଧିକ ମାନସିକତା ଅଭିଭାବକ ମହଲରେ ଭୟର ବାତାବରଣ ଖେଳାଇଛି । ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ମଧ୍ୟ ଭୟଭୀତ ହୋଇପଡିଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ, କିଛି ଦିନ ତଳେ ମୟୂରଭଞ୍ଜର ଗୋଟିଏ ସ୍କୁଲରେ ଜଣେ ଛାତ୍ରଙ୍କୁ ଅନ୍ୟ ଜଣେ ସହପାଠୀ ଛୁରାମାଡ କରିଥିଲା ।

ଇଟିଭି ଭାରତ, ପୁରୀ

Last Updated :Nov 22, 2023, 7:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.