ETV Bharat / state

Vigilance Trap: ଲାଞ୍ଚ ନେଇ ଫସିଲେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସୁପରଭାଇଜର

author img

By

Published : Nov 22, 2021, 6:14 PM IST

ଭିଜିଲାନ୍ସ ଜାଲରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସୁପରଭାଇଜର
ଭିଜିଲାନ୍ସ ଜାଲରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସୁପରଭାଇଜର

ଭିଜିଲାନ୍ସ ଜାଲରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସୁପରଭାଇଜର । ୮୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ମାଡିବସିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ନୂଆପଡା : ଭିଜିଲାନ୍ସ (Odisha Vigilance ) ଜାଲରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସୁପରଭାଇଜର । ୮୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ମାଡିବସିଲା ଭିଜିଲାନ୍ସ ।

ସୂଚନା ଅନୁସାରେ, ଜିଲ୍ଲାର ଚଟିଆଗୁଡା ସର୍କଲ ସାଗୁନଭାଡି ଗାଁ ଅଙ୍ଗନବାଡି କେନ୍ଦ୍ର 2 ପାଇଁ ଅଙ୍ଗନବାଡି କର୍ମୀ ନିଯୁକ୍ତି ନିମନ୍ତେ ପ୍ରାର୍ଥୀନୀ ମାନଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା । ନିଯୁକ୍ତି ପାଇଁ ସାଗୁନଭାଡ଼ି ଗାଁର ବିକାଶ ରଞ୍ଜନ ବାଗଙ୍କ ଭଉଣୀ ମଧ୍ୟ ଆବେଦନ କରିଥିଲେ ।

ଭିଜିଲାନ୍ସ ଜାଲରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସୁପରଭାଇଜର

ବିକାଶ ରଞ୍ଜନ ବାଗଙ୍କ ଭଉଣୀଙ୍କୁ ଅଙ୍ଗନବାଡି ନିଯୁକ୍ତି ଦେବା ପାଇଁ ସୁପରଭାଇଜର ହର୍ଷମଣି ଦେଇ 1 ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ ବିକାଶ । ପୂର୍ବ ଯୋଜନା ମୁତାବକ ଆଜି(ସୋମବାର) ଭଉଣୀର ନିଯୁକ୍ତି ପାଇଁ ସିନାପାଲି ବସ ଷ୍ଟାଣ୍ଡ ନିକଟରେ 80 ହଜାର ଟଙ୍କା ସୁପରଭାଇଜରଙ୍କୁ ଲାଞ୍ଚ ଦେଉଥିଲେ ବିକାଶ ରଞ୍ଜନ ବାଗ । ଏହି ସମୟରେ ମାଲକାନଗିରି ଭିଜିଲାନ୍ସ dsp ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ୱରେ ଏକ ଟିମ ସେଠାରେ ଚଢାଉ କରିଥିଲା । ସୁପରଭାଇଜର ହର୍ଷମଣିଙ୍କୁ ଗିରଫ କରିବା ସହ 80 ହଜାର ଟଙ୍କା ଜବତ କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.