ETV Bharat / state

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ନୂଆପଡାରେ ଜଣେ ବୃଦ୍ଧ ମୃତ

author img

By

Published : Aug 29, 2020, 1:45 PM IST

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ନୂଆପଡାରେ ଜଣେ ବୃଦ୍ଧ ମୃତ
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ନୂଆପଡାରେ ଜଣେ ବୃଦ୍ଧ ମୃତ

ନୂଆପଡାରେ ଲଗାଣ ବର୍ଷାରେ ଘର ଭାଙ୍ଗି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ନୂଆପଡା: ଜିଲ୍ଲାରେ ପ୍ରବଳ ଲଘୁଚାପ ଜନିତ ଲଗାଣ ବର୍ଷାରେ ଘର କାନ୍ଥ ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧଙ୍କ ନାମ ତ୍ରିନାଥ ଭୋଇ ହୋଇଥିବାବେଳେ, ତାଙ୍କ ନିଜ ଗାଁ କୋମନା ବ୍ଲକ ବିସିବାହାଲ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଲଗାଣ ବର୍ଷା କାରଣରୁ ନଦୀ ନାଳରେ ବନ୍ୟା ପାଣି ପ୍ରବାହିତ ହେଉଥିବାବେଳେ ବିସିବାହାଲ ଗାଁରେ ତ୍ରିନାଥ ଭୋଇଙ୍କ ଘର ଭାଙ୍ଗିଯାଇଛି । ଘର କାନ୍ଥପଡି ତାଙ୍କର ମୃତ୍ୟୁ ଘଟିଛି ।

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ନୂଆପଡାରେ ଜଣେ ବୃଦ୍ଧ ମୃତ

ସେହିପରି କୋମନା ବ୍ଲକ କୁମୁଟିମୁଣ୍ଡା ବରପଦର ପଡାର ମଞ୍ଜୁଳା ଗୁଆଲ, ସତ୍ୟଭାମା ସ୍ବାଇଁ, ସଦାନନ୍ଦ ସ୍ବାଇଁ, ଶ୍ୟାମଲାଲ ତିୱାରୀ, ହସ୍ତେ ମାଝୀ, କୃଷ୍ଣ ମାଝୀ ଭଳି ଏକାଧିକ ଲୋକଙ୍କ ବାସ ଗୃହ ଭାଙ୍ଗିଯାଇଛି।

ସେପଟେ ଘରଭାଙ୍ଗି ମୃତ୍ୟୁ ହୋଇଥିବା ଖବର ପାଇ ଆଜି ଚାଷୀ ମୂଲିଆ କୃଷକ ନେତା ଯଦୁପାଣିଗ୍ରାହୀ ବିସିବାହାଲ ଗାଁକୁ ଯାଇ ମୃତକଙ୍କ ପରିବାରକୁ ସାକ୍ଷାତ କରି ସାନ୍ତ୍ବନା ଦେଇଛନ୍ତି। ଆଗାମୀ ଦିନରେ ସରକାର ମୃତକଙ୍କ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ସହ ଘର ଭାଙ୍ଗି ଯାଇଥିବା ଗରିବ ଲୋକ ମାନଙ୍କୁ ବାସ ଗୃହ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.