ETV Bharat / state

ପାଳିତ ହେଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

author img

By

Published : Oct 29, 2019, 4:06 AM IST

Updated : Oct 29, 2019, 7:17 AM IST

ନୂଆପଡା ଖଡିଆଳ ବ୍ଲକରେ ଆୟୋଜିତ ହୋଇଛି ଶିଶୁ ମହୋତ୍ସବ ‘ସୁରଭି’ । ଏଥିରେ ବ୍ଲକରେ ବିଭିନ୍ନ ଛାତ୍ରଛାତ୍ରୀ ଭାଗ ନେଇ କୃତିତ୍ବ ଲାଭ କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ।
ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ସୁରଭି 2019 ସମ୍ପନ୍ନ ହୋଇଯାଇଛି । ଉତ୍ସବରେ ଖଡ଼ିଆଳ ବ୍ଲକର 17 ଗୋଟି କ୍ଲଷ୍ଟରରୁ 740 ଜଣ ଛାତ୍ରୀ ଛାତ୍ର ଅଂଶଗ୍ରହଣ କରି ବକ୍ତୃତା, ଏଲୋକେସନ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ରଚନା, ସଙ୍ଗୀତ, ଗ୍ରୁପ ଡ୍ୟାନ୍ସ ଭଳି ଏକାଧିକ ପ୍ରତିଯୋଗିତା ହୋଇଥିଲା । ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ କଳା, ପ୍ରତିଭାକୁ ଅନ୍ବେଷଣ କରି ଲୋକଲୋଚନକୁ ଆଣିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ରାଜ୍ୟ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ, ଏଭଳି ପ୍ରତିଯୋଗିତା କରାଯାଉଥିବା । ଛାତ୍ରଛାତ୍ରୀ ମାନକୁ ଉତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନକୁ ପୃରସ୍କୃତ କରିଛନ୍ତି । ବ୍ଲକ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ଜିଲ୍ଲା ସ୍ତର ପ୍ରତିଯୋଗିତାକୁ ଯିବେ ବୋଲି ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ସୁରଭି 2019 ସମ୍ପନ୍ନ ହୋଇଯାଇଛି । ଉତ୍ସବରେ ଖଡ଼ିଆଳ ବ୍ଲକ ର 17 ଗୋଟି କ୍ଲଷ୍ଟର ରୁ 740 ଜଣ ଛାତ୍ରୀ ଛାତ୍ର ଅଂଶଗ୍ରହଣ କରି ବକୃତା, ଏଲୋକେସନ,ଡ୍ରଇଂଗ, ସାଧାରଣ ଜ୍ଞାନ, ରଚନା,ସଙ୍ଗୀତ,ଦଳଗତ ନୃତ୍ୟ ଭଳି ଏକାଧିକ ପ୍ରତିଯୋଗିତା ପାରଦର୍ଶିତା ଦେଖାଇଛନ୍ତି । ଛାତ୍ରଛାତ୍ରୀ ଙ୍କ ଅନ୍ତର ନିହିତ ଲୁକାଇତ ପ୍ରତିଭା କୁ ଅନ୍ବେଷଣ କରି ଲୋକଲୋଚନକୁ ଆଣିବା ଏ ଏକ ନିଆରା କାର୍ଯ୍ୟକ୍ରମ ଅଟେ । ରାଜ୍ୟ ଗଣଶିକ୍ଷା ବିଭାଗ ନିଦ୍ଦେଶ ଅନୁଶାରେ ଏ ଭଳି ପ୍ରତିଯୋଗିତା କରାଯାଉଥିବା ଜଣାପଡିଛି । ଛାତ୍ରଛାତ୍ରୀ ମାନକୁ ଉତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ , ସମ୍ମାନିତ ଅତିଥିଭାବରେ ରାଜ୍ୟ ସାଥ ସଂଯୋଜକ ସୁଧାଂଶୁଶେଖର ବାରିକ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନକୁ ପୃରସ୍କୃତ କରିଛନ୍ତି । ବ୍ଲକ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ଜ଼ୀଲ୍ଲା ସ୍ତରକୁ ଯିବେ ବୋଲି ଜଣାପଡିଛି ।
Byte-ସଟିସଚନ୍ଦ୍ର ପଟ୍ଟନାୟକ (ସମ୍ମାନୀତ ଅତିଥି)Body:ସConclusion:ସକ୍ସ
Last Updated :Oct 29, 2019, 7:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.