ETV Bharat / state

ପରିବାର ନିୟନ୍ତ୍ରଣ ଅପରେସନ କରିଦେଲା ଅଚଳ, ଯନ୍ତ୍ରଣାରେ ଜର୍ଜରିତ ଡୋଳାମଣି

author img

By

Published : Mar 20, 2020, 11:30 PM IST

ଡୋଳାମଣିଙ୍କ ପାଇଁ କାଳ ସାଜିଲା ପରିବାର ନିୟନ୍ତ୍ରଣ ଅପରେସନ
ଡୋଳାମଣିଙ୍କ ପାଇଁ କାଳ ସାଜିଲା ପରିବାର ନିୟନ୍ତ୍ରଣ ଅପରେସନ

ନୂଆପଡା ଜିଲ୍ଲାର ଦୁର୍ଗମ ନାଗପଡା ଗାଁର ଜଣେ ମହିଳା ଡୋଲାମଣି ମାଝିଙ୍କ ପରିବାର ଉପରେ ପଡିଛି ଅକାଳ ଚଡକ । ତାଙ୍କ ସୁନାର ସଂସାର ଉଜୁଡିବାକୁ ବସିଛି । ତ୍ରୁଟିପୂର୍ଣ୍ଣ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଡୋଳାମଣି ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା । ପଢନ୍ତୁ ସମୂର୍ଣ୍ଣ ଖବର....


ନୂଆପଡ଼ା: କୁହାଯାଏ ଛୋଟପରିବାର, ଶୁଖିପରିବାର । ଆସ ଆମେ ଏକାହେବା-ଛୋଟପରିବାର ଗଠନ କରିବା । ଏଭଳି ସ୍ଲୋଗାନ ଦେଇ ଅଙ୍ଗନବାଡିକର୍ମୀ, ଆଶାଦିଦି, ମହିଳା ସ୍ଵାସ୍ଥ୍ୟକର୍ମୀ ମାଗଣାରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଘରଘର ବୁଲି ସଚେତନ କରୁଛନ୍ତି । ହେଲେ ମାଗଣା ଅସ୍ତ୍ରୋପଚାର ନୂଆପଡା ଜିଲ୍ଲା ଦୁର୍ଗମ ନାଗପଡା ଗାଁ ମାଲଭଟା ସାହିର ଡ଼ୋଲାମଣୀ ମାଝୀଙ୍କ ପାଇଁ ସାଜିଲା କାଳ । ଡୋଲାମଣିଙ୍କ ପରିବାର ଉପରେ ପଡିଛି ଅକାଳ ଚଡକ । ତାଙ୍କ ସୁନାର ସଂସାର ଉଜୁଡିବାକୁ ବସିଛି । ତ୍ରୁଟିପୂର୍ଣ୍ଣ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଡୋଳାମଣି ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା ।

ଡୋଳାମଣିଙ୍କ ପାଇଁ କାଳ ସାଜିଲା ପରିବାର ନିୟନ୍ତ୍ରଣ ଅପରେସନ

ନାଗପଡା ଗାଁର ମିନିକେତନ ମାଝୀଙ୍କ ନିଜର ସ୍ତ୍ରୀ ଡ଼ୋଲାମଣି ମାଝୀ ଏବଂ 4 ସନ୍ତାନଙ୍କ ସହ ବାସ କରନ୍ତି । ଗରିବ ସୀମାରେଖା ତଳେ ବାସ କରୁଥିବା ଏହି ପରିବାର ଦୁଃଖ କଷ୍ଟରେ ଚଳିଆସୁଥିଲେ । ହେଲେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଏହି ପରିବାରକୁ ଦାଉ ସାଜିଳା । ଚଳିତବର୍ଷ ଜାନୁୟାରୀ ମାସ 12 ତାରିଖ ବୋଡେନ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରରେ ଡ଼ୋଲାମଣି ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରୁ ଘରକୁ ଫେରିବା ବେଳେ ମହିଳାଙ୍କ ଝାଡା ପରିସ୍ରା ବନ୍ଦ ହୋଇ ପେଟ ଫୁଲିବାରେ ଲାଗିଲା । ପରିବାର ଲୋକେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡା ପରେ ସଙ୍କଟାପନ୍ନ ହେବାରୁ ବୁର୍ଲାକୁ ସ୍ଥାନାନ୍ତର କରିଥିଲେ ।

ସେଠାରେ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ବୁର୍ଲାରେ ପୁନଃ ଅସ୍ତ୍ରୋପଚାର ହେବା ପରେ ମହିଳା ଜଣକ ଏବେ ଦୁର୍ବଳ ହୋଇ ଖଟିଆରେ ପଡିରହି ମରଣ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏବେ ତାଙ୍କର କୁନି କୁନି ଛୁଆଙ୍କ ଯତ୍ନ ନେବାକୁ ମଧ୍ୟ କେହି ନାହାଁନ୍ତି । ମାଆ ଏବଂ ଶିଶୁ ସୁରକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା ବେଳେ, ଡ଼ୋଲାମଣୀଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା । ଡାକ୍ତରଙ୍କ ବେପୁରିଆ ମନୋଭାବ ଯୋଗୁଁ ଆଜି ସ୍ତ୍ରୀର ଏପରି ଅବସ୍ଥା ବୋଲି ରୁଦ୍ଧ କଣ୍ଠରେ ଅଭିଯୋଗ କରିଛନ୍ତି ସ୍ବାମୀ । ମଳତ୍ୟାଗ ହେଉ ନାହିଁ, ପେଟ କାଟି ଅନ୍ୟତ୍ର ନଳି ସାହାଯ୍ୟରେ ମଳ ତ୍ୟାଗ କରୁଛନ୍ତି ପୀଡ଼ିତା ।

ସେପଟେ ଚିକିତ୍ସା ପାଇଁ ଟଙ୍କା ସାଜିଛି ବାଧକ । ସ୍ତ୍ରୀକୁ ଚିକିତ୍ସା କରିବା ପାଇଁ ଧାର କରଜ କରି ସୁନାଗହଣା ବିକ୍ରି କରି ସର୍ବସ୍ବାନ୍ତ ହୋଇଗଲାଣି ଏ ପରିବାର । ଘରେ ଖାଇବାକୁ ନଥିବାବେଳେ, ସ୍ତ୍ରୀର ଚିକିତ୍ସା ନେଇ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ସେପଟେ ଘଟଣା ସମ୍ପର୍କରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଅବଗତ ପରେ ସହଯୋଗ କରିବାର ଦେଇଛନ୍ତି ପ୍ରତିଶ୍ରୁତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.