ETV Bharat / state

କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Feb 19, 2021, 9:15 PM IST

a farmer attempt to suicide in nuapada
କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ

କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ । ନୂଆପଡାର ସିନାପାଲି ବ୍ଲକ ଧୁଙ୍ଗିଆମୁଣ୍ଡା ଗାଁରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

ନୂଆପଡା : କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡାର ସିନାପାଲି ବ୍ଲକ ଧୁଙ୍ଗିଆମୁଣ୍ଡା ଗାଁରେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଅନୁସାରେ, ଧୁଙ୍ଗିଆମୁଣ୍ଡା ଗାଁର ଚାଷୀ ରୋମାଞ୍ଚଳ ଦଣ୍ଡସେନା ଜାନୁଆରୀ 16 ତାରିଖ ଦିନ 130 ପ୍ୟାକେଟ ଧାନ ବିକ୍ରି ପାଇଁ କେନ୍ଦୁମୁଣ୍ଡା ଧାନ ମଣ୍ଡିରେ ପକାଇଛନ୍ତି।

କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ

ମଣ୍ଡିରେ ଦୀର୍ଘ ଦିନ ଧାନ ପଡିରହିବା ପରେ ଚଳିତ ମାସ 16 ତାରିଖ ଦିନ ତାଙ୍କର ଟୋକନ ଲାପ୍ସ ହୋଇଯାଇଛି। ଫଳରେ ଚିନ୍ତାରେ ଭାଙ୍ଗିପଡି ମାନଷିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଜିଲ୍ଲା ବ୍ୟାପି ମଣ୍ଡି ସମସ୍ୟା ଲାଗିରହିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ରହୁଛି । ସରକାର ଚାଷୀଙ୍କ ଧାନ ଉଠାଇବାରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.