ETV Bharat / state

ନିଶାସକ୍ତ ବାପାର ଉନ୍ମତ୍ତ କାଣ୍ଡ: 8 ବର୍ଷର ଶିଶୁ କନ୍ୟାକୁ ନିର୍ମମ ହତ୍ୟା

author img

By

Published : Nov 2, 2019, 11:02 AM IST

ନୂଆପଡା ଜିଲ୍ଲାରେ ପରିବାର ସହିତ ସାମାନ୍ୟ ବଚସାକୁ କେନ୍ଦ୍ର କରି ମଦ ନିଶାରେ ପିତା ନିରୀହ 8 ବର୍ଷର ଶିଶୁ କନ୍ୟାକୁ ହତ୍ୟା କରିଛି ।
ଫଟୋ ସୌଜନ୍ୟ : ପ୍ରତିନିଧି,ନୂଆପଡା

ନୂଆପଡା : ଖଡ଼ିଆଳ ଥାନା ଅନ୍ତର୍ଗତ କୋଟାମାଲ ଗାଁରେ ନିଜର 8 ବର୍ଷର ଶିଶୁ କନ୍ୟାକୁ ହତ୍ୟା କଲା ପିତା । ମଦ ନିଶାରେ ବାପା ଶିଶୁ କନ୍ୟାକୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହତ୍ୟା କରିଛି । ଶିଶୁ କନ୍ୟାକୁ ହତ୍ୟା ପରେ ବାପା ଫେରାର ହୋଇଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ନୂଆପଡା

ସୂଚନା ଅନୁଯାୟୀ କୋଟାମାଲ ଗାଁର ମହେନ୍ଦ୍ର କେତକୀ ନାମକ ବ୍ୟକ୍ତି ପରିବାର ସଦସ୍ୟଙ୍କ ସହ ସାମାନ୍ୟ ବଚସା ହେବାରୁ ନିଶାସକ୍ତ ଅବସ୍ଥାରେ ନିଜ 8 ବର୍ଷର ସରିତା କେତକୀ ନାମକ ଶିଶୁ କନ୍ୟାକୁ ହତ୍ୟା କରିଛି । ଏନେଇ ମୃତ ଶିଶୁର ବଡବାପା ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଖଡ଼ିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ କୋଟାମାଲ ଗାଁରେ ଅଘଟଣ । ରାକ୍ଷାସୀ ବାପା ନିଜ 8 ବର୍ଷର ଶିଶୁ କନ୍ୟା କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହତ୍ୟା କରିଛି । ହତ୍ୟାପରେ ଫେରାର ଥିବା ଶୁଚନା ମିଳିଛି। ଶୁଚନା ଅନୁଶାରେ ମହେନ୍ଦ୍ର କେତକୀ ନାମକ ବ୍ୟକ୍ତି ପରିବାର ସଦସ୍ୟ ଙ୍କ ସାମାନ୍ୟ ବଚସାରେ ନିଶାସକ୍ତ ଅବସ୍ଥାରେ ନିଜ 8 ବର୍ଷର ସରିତା କେତକୀ ନାମ୍ନୀ ଶିଶୁ କନ୍ୟାକୁ ନିର୍ମମ ଭାବରେ ହତ୍ୟା କରିଥିବା ଜଣାପଡ଼ିଛି । ଏନେଇ ମୃତ ଶିଶୁର ବଡବାପା ଖଡ଼ିଆଳ ଥାନାରେ ଅଭିଯୋଗ କରିବାପରେ ଖଡ଼ିଆଳ ପୋଲିସ ର ତଦନ୍ତ ଆରମ୍ଭ ।Body:ସConclusion:ରାତ୍ରିର ଘଟଣା କୌଣସି ଭିଯୁଆଲ କିମ୍ବା ଫୋଟୋ ମିଳି ପାରୁନାହିଁ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.