ETV Bharat / state

ତେଲ ଟ୍ୟାଙ୍କର ବିସ୍ଫୋରଣରେ ୪ ଜୀବନ୍ତ ଦଗ୍ଧ ଘଟଣା, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି

author img

By

Published : Jun 12, 2022, 3:24 PM IST

villagers demand for financial assistance to death on oil tank blast
ବ୍ରିଜ ଉପରୁ ତେଲ ଟ୍ୟାଙ୍କର ଖସି 4 ଜୀବନ୍ତ ଦଗ୍ଧ ଘଟଣା, ପରିବାର ଲୋକଙ୍କୁ ସହାୟତା ଦାବି

ବ୍ରିଜ ଉପରୁ ତେଲ ଟ୍ୟାଙ୍କର ଖସି ୪ ଜଣ ଜୀବନ୍ତ ଦଗ୍ଧ ଘଟଣା । ପରିବାର ଲୋକଙ୍କୁ ସହାୟତା ଘୋଷଣା ପାଇଁ ଦାବି ହୋଇଛି । ଅଧିକ ପଢ଼ନ୍ତୁ

ନୟାଗଡ଼: ବ୍ରିଜ ଉପରୁ ତେଲ ଟ୍ୟାଙ୍କର ଖସି ୪ ଜଣ ଜୀବନ୍ତ ଦଗ୍ଧ ଘଟଣା । ପରିବାର ଲୋକଙ୍କୁ ସହାୟତା ଘୋଷଣା ପାଇଁ ଦାବି ହୋଇଛି । ଗତ ଶୁକ୍ରବାର ବିଳମ୍ବିତ ରାତିରେ ନୟାଗଡ ବଡପଣ୍ଡୁସର ବ୍ରିଜ ତଳକୁ ଏକ ତେଲ ଟ୍ୟାଙ୍କର ଖସିପଡିବାରୁ ବିସ୍ଫୋରଣ ଘଟି ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିମାନେ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ବର୍ତ୍ତମାନ କିପରି ପ୍ରତିପୋଷଣ ହେବ ସେନେଇ ଚିନ୍ତାରେ ୪ ପରିବାର । ଏହି ଘଟଣାରେ ନୟାଗଡ଼ ରେଡକ୍ରସ ପାଣ୍ଠିରୁ ମୃତକ ପରିବାର ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ବ୍ରିଜ ଉପରୁ ତେଲ ଟ୍ୟାଙ୍କର ଖସି 4 ଜୀବନ୍ତ ଦଗ୍ଧ ଘଟଣା, ପରିବାର ଲୋକଙ୍କୁ ସହାୟତା ଦାବି

ତେଣୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ଅନ୍ୟ ସହାୟତା ପାଇଁ ପଦକ୍ଷେପ ନିଆଯାଉଥିବା ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ସୂଚନା ଦେଇଛନ୍ତି । ଭଙ୍ଗା ତେଲ ଟ୍ୟାଙ୍କରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ନୟାଗଡ଼ ମେଡିକାଲରେ ବ୍ୟବଚ୍ଛେଦ କରାଯାଇଛି । ଜଣକୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି । ଟ୍ୟାଙ୍କର ବିସ୍ଫୋରଣ ଦେଖି ଉଦ୍ଧାର କରିବାକୁ ଯାଇଥିବା ୨ ଯୁବକଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ସୂଚନା ଥାଉକି, ଗତ ଶୁକ୍ରବାର ରାତି ପ୍ରାୟ ୧.୪୫ ସମୟରେ ଏହି ଅଘଟଣ ଘଟିଥିଲା । ପାରାଦୀପରୁ ନୟାଗଡ଼ ଡିଜେଲ ନେଇ ଆସୁଥିବା ଟ୍ୟାଙ୍କରଟି ଇଟାମାଟି ଥାନା ବଡ଼ପଣ୍ଡୁସର ଠାରେ ବ୍ରିଜ ତଳକୁ ଖସିପଡ଼ିଥିଲା । ମୃତକମାନେ ସ୍ଥାନୀୟ ସାନ ପଣ୍ଡୁସର ଗ୍ରାମର ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଏବଂ ଚନ୍ଦନ ଖଟୁଆ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.