ETV Bharat / state

ଗରମ ତେଲ ଢାଳି ଯୁବକଙ୍କୁ ହତ୍ୟା ଘଟଣା, ଶାଶୁ-ଜ୍ବାଇଁକୁ ବାନ୍ଧିଲା ପୋଲିସ

author img

By

Published : Apr 13, 2022, 10:59 AM IST

ଗରମ ତେଲ ଢାଳି ଯୁବକଙ୍କୁ ହତ୍ୟା ଘଟଣା : ଜ୍ବାଇଁ ଶାଶୁକୁ ବାନ୍ଧିଲା ପୋଲିସ
ଗରମ ତେଲ ଢାଳି ଯୁବକଙ୍କୁ ହତ୍ୟା ଘଟଣା : ଜ୍ବାଇଁ ଶାଶୁକୁ ବାନ୍ଧିଲା ପୋଲିସ

ସାମାନ୍ୟ ବଚସାରୁ ଗରମ ତେଲ ଢାଳି ଯୁବକଙ୍କୁ ହତ୍ୟା ଘଟଣାରେ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ନୟାଗଡ଼: ସାମାନ୍ୟ ବଚସାରୁ ଗରମ ତେଲ ଢାଳି ଯୁବକଙ୍କୁ ହତ୍ୟା । ଏଭଳି ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗାଁରେ l ଏହି ଘଟଣାରେ ୨ ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଛି ପୋଲିସ ।

ଗରମ ତେଲ ଢାଳି ଯୁବକଙ୍କୁ ହତ୍ୟା ଘଟଣା : ଜ୍ବାଇଁ ଶାଶୁକୁ ବାନ୍ଧିଲା ପୋଲିସ

ସୂଚନାଅନୁସାରେ, ଚଢ଼େୟାପଲ୍ଲୀ ଗାଁର ମାଣିଆ ପ୍ରଧାନ ଓ ବିଧବା ମହିଳା ଶ୍ରୀମତି ପାଳ ସୁସମ୍ପର୍କରେ ଚଳି ଆସୁଥିଲେ l ଗତ ଅପ୍ରେଲ 6 ତାରିଖରେ ମାଣିଆ କୌଣସି କାରଣରୁ ବିଧବା ମହିଳା ଘରକୁ ଯାଇଥିଲେ l ତେବେ କୌଣସି କାରଣକୁ ନେଇ ଦୁଇଜଣଙ୍କ ମଧ୍ୟରେ ବଚସା ଓ ଝଗଡା ଲାଗିଥିଲେ । ସେଠାରେ ଉତ୍ତ୍ୟକ୍ତ ହୋଇ ଶ୍ରୀମତି ପାଳ ଓ ତା ଜ୍ଜାଇଁ ସନ୍ତୋଷ ଜେନା ମାଣିଆ ଉପରେ ଗରମ ତେଲ ଢାଳିଥିଲେ l ସଙ୍ଗେସଙ୍ଗେ ମାଣିଆଙ୍କୁ ସରଣକୁଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ l

ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା l ତେବେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଶରଣକୂଳ ପୋଲିସ ଜ୍ବାଇଁ ଓ ଶାଶୁକୁ ଜୀବନରୁ ମାରିଦେବା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି l ମୃତ୍ୟୁ ପୂର୍ବରୁ ପୋଲିସ ମୃତ ବ୍ୟକ୍ତିର ଜମାନ ବନ୍ଦୀ ନେଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.