ETV Bharat / state

ଗ୍ୟାସ ଟ୍ୟାଙ୍କର-ବସ୍ ମୁହାଁମୁହିଁ: ଜଣେ ମୃତ, ୨୦ ଆହତ

author img

By

Published : Apr 2, 2022, 6:44 PM IST

Updated : Apr 2, 2022, 7:24 PM IST

ଗ୍ୟାସ ଟ୍ୟାଙ୍କର-ବସ୍ ମୁହାଁମୁହିଁ: ଜଣେ ମୃତ, ୨୦ ଆହତ
ଗ୍ୟାସ ଟ୍ୟାଙ୍କର-ବସ୍ ମୁହାଁମୁହିଁ: ଜଣେ ମୃତ, ୨୦ ଆହତ

ନୟାଗଡରେ ରାଜ୍ୟ ପରିବହନ ବସ ଏବଂ ଗ୍ୟାସ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଟ୍ଯାଙ୍କର ଡ୍ରାଇଭରଙ୍କ ମୃତ୍ୟୁ, ୨୦ ଆହତ । ଅଧିକ ପଢନ୍ତୁ

ନୟାଗଡ଼: ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ, 20 ଯାତ୍ରୀ ଆହତ ନେଇ ସୂଚନା । ଘଟଣାସ୍ଥଳରେ ଟ୍ୟାଙ୍କର ଡ୍ରାଇଭର ମୃତ । ଚାପି ହୋଇ ରହିଥିବା ବସ ଡ୍ରାଇଭରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ତେବେ ରାଜ୍ୟ ପରିବହନ ବସ ଏବଂ ଗ୍ୟାସ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି ।

ଗ୍ୟାସ ଟ୍ୟାଙ୍କର-ବସ୍ ମୁହାଁମୁହିଁ: ଜଣେ ମୃତ, ୨୦ ଆହତ

ଦୁର୍ଘଟଣାରେ ଆହତଙ୍କୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନୟାଗଡ଼ ଦଶପଲ୍ଲା ଥାନା ଅଧିନ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଟାକରା ଘାଟି ଉପରେ ଘଟିଛି ଏହି ଦୁର୍ଘଟଣା । କଣ୍ଟାମାଳରୁ ଜଟଣୀ ଅଭିମୁଖେ ଯାତ୍ରୀଙ୍କୁ ନେଇ ବସଟି ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଖବର ପାଇ ଦଶପଲ୍ଲା ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Apr 2, 2022, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.