ETV Bharat / state

ରାସ୍ତା ପାର ବେଳେ ଦୁର୍ଘଟଣା, ଆଖି ବୁଜିଲା କଲରା ପତରିଆ

author img

By

Published : Jul 1, 2021, 7:15 AM IST

Leopard death due to an accident in  nayagarh
ଅଜଣା ଗାଡି ଧକ୍କାରେ କଲରା ପତରିଆ ବାଘର ମୃତ୍ୟୁ

ଅଜଣା ଗାଡି ଧକ୍କାରେ କଲରା ପତରିଆ ବାଘର ମୃତ୍ୟୁ । ଆଜି ହେବ ବାଘର ବ୍ୟବଚ୍ଛେଦ । ଅଧିକ ପଢନ୍ତୁ...

ନୟାଗଡ: ଅଜଣା ଗାଡି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ଘଟିଛି । ଖୋର୍ଦ୍ଧା-ନୟାଗଡ଼ 57 ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଜାମୁସାହି-ବୁଗୁଡା ଶାଳ ଭଙ୍ଗା ଜଙ୍ଗଲରୁ ବାଘଟି ରାସ୍ତା ପାର ହେଉଥିବା ବେଳେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଘଟିର ମୃତ୍ୟୁ ହୋଇଛି ।

ଅଜଣା ଗାଡି ଧକ୍କାରେ କଲରା ପତରିଆ ବାଘର ମୃତ୍ୟୁ

ତେବେ ଖବର ପାଇ ପଶ୍ଚିମ ମହାନଦୀ ବନ୍ୟପ୍ରାଣୀ ଡିଭିଜନର ବନାଞ୍ଚଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ମୃତ ବାଘଟିକୁ କାର୍ଯ୍ୟାଳୟକୁ ନେଇଥିଲେ। ଗୁରୁବାର ଦଶପଲ୍ଲା ପ୍ରାଣୀ ଚିକିତ୍ସାଳୟରେ ମୃତ ବାଘର ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.