ETV Bharat / state

ତାରିଆ ସେବା ସମବାୟ ସମିତି ଆଗରେ ଧାରଣା ଦେଲେ ଚାଷୀ

author img

By

Published : Jan 19, 2021, 1:16 PM IST

ତାରିଆ ସେବା ସମବାୟ ସମିତି ଆଗରେ ଧାରଣା ଦେଲେ ଚାଷୀ
ତାରିଆ ସେବା ସମବାୟ ସମିତି ଆଗରେ ଧାରଣା ଦେଲେ ଚାଷୀ

ଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ତାରିଆ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଚାଷୀ । ଧାନର ଅଭାବୀ ବିକ୍ରି ଏବଂ କଳା ବଜାରୀ ବଢି ଥିବା ଅଭିଯୋଗ କରିଛି ଆଞ୍ଚଳିକ ଚାଷୀ ସଂଗ୍ରାମ ସମିତି । ଅଧିକ ପଢନ୍ତୁ...

ନୟାଗଡ଼: ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ତାରିଆ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଚାଷୀ । ଧାନ କିଣା ବେଳେ କୁଇଣ୍ଟାଲ ପିଛା 4 ରୁ 6 କେଜି କଟା ଯାଉଥିବା ବେଳେ ଭାଗ ଚାଷୀ ମାନଙ୍କ ଧାନକୁ ସମବାୟ ସମିତି କିଣୁ ନ ଥିବା ଅଭିଯୋଗ କରିଛନ୍ତି ଚାଷୀ । ଫଳରେ ଧାନର ଅଭାବୀ ବିକ୍ରି ଏବଂ କଳା ବଜାରୀ ବଢି ଥିବା ଅଭିଯୋଗ କରିଛି ଆଞ୍ଚଳିକ ଚାଷୀ ସଂଗ୍ରାମ ସମିତି ।

ତାରିଆ ସେବା ସମବାୟ ସମିତି ଆଗରେ ଧାରଣା ଦେଲେ ଚାଷୀ

ସେହିପରି 6 ଟି ପଞ୍ଚାୟତକୁ ନେଇ ଗଠିତ ଏହି ସମବାୟ ସମିତିର ନିୟମିତ ବୈଠକ ବସୁ ନ ଥିବାବେଳେ ସମିତିର ପରିଚାଳନା କମିଟି ଗଠନରେ ଅନିୟମିତତା ଅଭିଯୋଗ କରିଛନ୍ତି ଚାଷୀ ।



ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.