ETV Bharat / state

ଗଛରେ ପିଟି ହେଲା ସରକାରୀ ବସ୍‌, ଡାକ୍ତରୀ ଛାତ୍ରଛାତ୍ରୀ ଆହତ

author img

By

Published : May 8, 2021, 10:23 AM IST

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍ , ଡାକ୍ତରୀ ଛାତ୍ରଛାତ୍ରୀ ଆହତ
ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍ , ଡାକ୍ତରୀ ଛାତ୍ରଛାତ୍ରୀ ଆହତ

ଭାରସାମ୍ୟ ହରାଇ ଗଛରେ ପିଟିହେଲା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସରକାରୀ ବସ l ଡ୍ରାଇଭର ଗୁରୁତର ଛାତ୍ରଛାତ୍ରୀ ଆହତ । ଅଧିକ ପଢନ୍ତୁ...

ନୟାଗଡ଼: ଭାରସାମ୍ୟ ହରାଇ ଗଛରେ ପିଟିହେଲା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସରକାରୀ ବସ l ଏଥିରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି l ନୟାଗଡ଼ ବାଣିଗୋଛା ଥାନା ଦୁର୍ଗାପ୍ରସାଦ ଠାରେ ଘଟିଛି ଏହି ଦୁର୍ଘଟଣା l

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍ , ଡାକ୍ତରୀ ଛାତ୍ରଛାତ୍ରୀ ଆହତ

ଏକ ସରକାରୀ ବସ ଯୋଗେ କଟକରୁ ପ୍ରାୟ 19 ଜଣ ଏସସିବି ଡାକ୍ତରୀ ଛାତ୍ରଛାତ୍ରୀ ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସଟି ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା l ତେବେ ସମସ୍ତ ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ ଏକ ଗାଡିରେ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ବଲାଙ୍ଗୀର ଯାଇଥିବା ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.