ETV Bharat / state

ଅଟୋ-ବାଇକ ମୁହାଁମୁହିଁ: ଜଣେ ମୃତ, 4 ଗୁରୁତର

author img

By

Published : Jan 2, 2022, 9:59 PM IST

ଅଟୋ-ବାଇକ ମୁଁହାମୁହିଁ: ଜଣେ ମୃତ, 4 ଗୁରୁତର
ଅଟୋ-ବାଇକ ମୁଁହାମୁହିଁ: ଜଣେ ମୃତ, 4 ଗୁରୁତର

ନୟାଗଡ ଜିଲ୍ଲା ଖଣ୍ଡପଡା ରାସ୍ତାରେ ବାଇକ-ଅଟୋ ମୁହାଁମୁହିଁ । ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 4 ଗୁରୁତର । ଅଧିକ ପଢନ୍ତୁ

ନୟାଗଡ଼: ବାଇକ ଅଟୋ ମୁହାଁମୁହିଁ ଧକ୍କା । ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନୟାଗଡ଼ ଖଣ୍ଡପଡ଼ା ବ୍ଲକ ଅଧିନ ବାହାଡ଼ା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଅଟୋ-ବାଇକ ମୁଁହାମୁହିଁ: ଜଣେ ମୃତ, 4 ଗୁରୁତର

ସୂଚନା ଅନୁଯାୟୀ, ଆଜି(ରବିବାର) ଖୋର୍ଦ୍ଧା ଜିଲ୍ଲା ମାଣିକାଗୋଡ଼ା ଗାଁର ସୁଦାମ ରାଉତରାୟ (୨୮) ବାଇକ୍ ନେଇ କେଉଁଆଡେ ଯାଉଥିଲେ । ଏହି ସମୟରେ ଖଣ୍ଡପଡା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋକୁ ଧକ୍କା ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅନ୍ୟପଟେ ଅଟୋରେ ଥିବା ଖେଡପଡା ଗ୍ରାମର ଗୋଟିଏ ପରିବାରର 3 ଜଣ ଏବଂ ସୁଦାମଙ୍କ ସହ ଯାଉଥିବା ଅନ୍ୟଜଣେ ସମ୍ପର୍କୀୟ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.