ETV Bharat / state

ନବରଙ୍ଗପୁରରୁ ଶାଗୁଆନ କାଠ ଗଣ୍ତି ଜବତ, ଜଣେ ଗିରଫ

author img

By

Published : Sep 18, 2020, 6:54 AM IST

wood sized in nabrangpur
ଶାଗୁଆନ କାଠ ଗଣ୍ତି ଜବତ, ଜଣେ ଗିରଫ

ଦିନକୁ ଦିନ ବଢି ଚାଲିଛି କାଠ ମାଫିଆଙ୍କ ଦୌରାମ୍ୟ । ଏକାଧିକ ଶାଗୁଆନ କାଠ ଗଣ୍ତି ଜବତ, ଜଣେ ଗିରଫ । ଅଧିକ ତଦନ୍ତ ଜାରି । ଅଧିକ ପଢନ୍ତୁ....

ନବରଙ୍ଗପୁର: ଦିନକୁ ଦିନ ବଢି ଚାଲିଛି କାଠ ମାଫିଆଙ୍କ ଦୌରାମ୍ୟ । ଏକାଧିକ ଶାଗୁଆନ କାଠ ଗଣ୍ତି ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ । ସୂଚନା ଅନୁଯାୟୀ, ବେହେଡା ସଂରକ୍ଷିତ ଜଙ୍ଗଲର ଜାମଧରା ସହ ଆଖପାଖ ଅଞ୍ଚଳରେ ଲଗାଯାଇଥିବା ଶଗୁଆନ ପ୍ଲଟରୁ ଅବାଧ ଗଛ କାଟି ଚୋରା ଚାଲାଣ ହେଉଥିଲା । ଏନେଇ ବନ ବିଭାଗ ଓ ବନ ସୁରକ୍ଷା ସମିତି ପକ୍ଷରୁ ମାଫିଆ ମାନଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ ହୋଇଥିଲା ।

ଶାଗୁଆନ କାଠ ଗଣ୍ତି ଜବତ, ଜଣେ ଗିରଫ

ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଆସମନ ଗଣ୍ଡ କେତେକ କାଠ ଜଙ୍ଗଲ ମଧ୍ୟରୁ ଆଣି ଘରେ ରଖିଥିଲେ । ଏନେଇ ସୁରକ୍ଷା ସମିତିର କିଛି ଲୋକେ ତାଙ୍କୁ ଡାକି ବୈଠକରେ ପଚରାଉଚରା କରିଥିଲେ । ହେଲେ କୈଣସି ସୁଫଳ ମିଳି ନଥିଲା । ଶେଷରେ ବନ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଆସମନଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ଏକାଧିକ ଶାଗୁଆନ ଗଣ୍ଡି ଜବତ କରିଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.