ETV Bharat / state

ନବରଙ୍ଗପୁର ଗସ୍ତରେ ରେଳମନ୍ତ୍ରୀ, ଖୁବଶୀଘ୍ର ରେଳ ମାନଚିତ୍ରରେ ଯୋଡିହେବା ନେଇ ଦେଲେ ଆଶ୍ବସନା

author img

By

Published : Aug 21, 2021, 6:06 PM IST

Updated : Aug 23, 2021, 3:51 PM IST

union railway minister Ashwini Baishnaw on nabarangpur visit
ନବରଙ୍ଗପୁରରକୁ ରେଳ ଯୋଗାଯୋଗ ପାଇଁ କୌଣସି ଅବହେଳା କରାଯିବ ନାହିଁ : ଅଶ୍ବିନୀ ବୈଷ୍ଣବ

ନବରଙ୍ଗପୁର ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦୀର୍ଘଦିନରେ ଜୟପୁର-ନବରଙ୍ଗପୁର ରେଳପଥକୁ କୌଣସି ଅବହେଳା କରାଯିବ ନାହିଁ । ଏହି ରେଳଲାଇନ ପାଇଁ ଭରପୁର ପ୍ରୟାସ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁର: ଓଡିଶା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରାୟଗଡାରୁ କୋରାପୁଟ ପରେ ଆଜି ନବରଙ୍ଗପୁରରେ ପହଞ୍ଚିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ନବରଙ୍ଗପୁର ରେଳ ମାନଚିତ୍ରରେ ଯୋଡିବା ପାଇଁ ସମ୍ଫୂର୍ଣ୍ଣ ପ୍ରୟାସ କରିବୁ କହିଲେ କେନ୍ଦ୍ର ରେଳମନ୍ତ୍ରୀ ।

ଆଜି କେନ୍ଦ୍ର ରେଳମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଇନ୍ଦ୍ରାବତୀ ପୋଲ ନିକଟରେ ପହଞ୍ଚିବା ପରେ ଉପସ୍ଥିତ ଥିବା ବିଜେପି କର୍ମୀ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଏହା ସହିତ ମନ୍ତ୍ରୀଙ୍କୁ ଏକ ବାଇକ ରାଲିରେ ନବରଙ୍ଗପୁର ସହର ମଧ୍ୟରେ ପାଛୋଟି ନେଇଥିଲେ । ନବରଙ୍ଗପୁରର ଅଧିଷ୍ଠାତ୍ରୀ ବେଦୀ ମା ଭଣ୍ଡାର ଘରଣୀଙ୍କୁ ଦର୍ଶନ କରିଥିଲେ । ଏହାପରେ ସହର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ପୁଷ୍ପମାଲ୍ୟ ପରେ କର୍ମୀ ମାନେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନୀୟ ସର୍କିଟ ହାଉସ ଠାରେ ମନ୍ତ୍ରୀ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ନବରଙ୍ଗପୁରରକୁ ରେଳ ଯୋଗାଯୋଗ ପାଇଁ କୌଣସି ଅବହେଳା କରାଯିବ ନାହିଁ : ଅଶ୍ବିନୀ ବୈଷ୍ଣବ

ନବରଙ୍ଗପୁରକୁ ରେଳଲାଇନକୁ ଯୋଡିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାକୁ ଦୀର୍ଘ ୭୦ ବର୍ଷରେ ହୋଇପାରିନାହିଁ ବର୍ତ୍ତମାନ ଏହି ରେଳ ଲାଇନ କରିବାରେ କୌଣସି ମଧ୍ୟ ଅବହେଳା କରାଯିବ ନାହିଁ । ନବରଙ୍ଗପୁରକୁ ରେଳଲାଇନ କରାଯିବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିବୁ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି । ଏହା ସହ ଜୟପୁର ରୁ ନବରଙ୍ଗପୁର ରେଳପଥ ଜିଲ୍ଲା ପ୍ରଶ।ସନ ସହ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି ।

ବିଜେପି କର୍ମୀ ମାନେ ମନ୍ତ୍ରୀଙ୍କୁ ବାଇକ ରାଲିରେ ପାପଡାହାଣ୍ଡି ଓ ମୈଦଲପୁର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ପାପଡାହାଣ୍ଡି ଠାରେ ଥିବା ସହିଦ ସ୍ମୃତି ସ୍ତମ୍ଭ ଯାଇ ସେଠାରେ ସହିଦଙ୍କ ପ୍ରତିମୂର୍ତ୍ତ ରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଏହାପରେ ପାପଡାହାଣ୍ଡି ଓ ମୈଦଲପୁର ଠାରେ କର୍ମୀ ମାନେ ସମ୍ବର୍ଦ୍ଧିତ କରିଥିଲେ । ପରେ ମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗ୍ରସ୍ତ କରିଥିଲେ ।

ସୂଚନାଥାଉକି ୨୦୧୬-୧୭ରେ ଜୟପୁର-ନବରଙ୍ଗପୁର ରେଳପଥ ପାଇଁ କେନ୍ଦ୍ର ରେଳବଜେଟରେ ଅର୍ଥ ମଞ୍ଜୁର କରାଯାଇଥିଲା । ୪୨ କିଲୋମିଟର ରେଳ ରାସ୍ତା ପାଇଁ ୭୪୮ କୋଟି ଟଙ୍କା ମଞ୍ଜୁର ହୋଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାବରେ ଏହି ରେଳପଥ ନିର୍ମାଣ କାର୍ଯ୍ୟ କରାଯାଉଛି । ଜମି ଅଧିଗ୍ରହଣ ସମସ୍ୟା ସହ କୋରୋନା କଟକଣା ଯୋଗୁଁ ରେଳପଥ ନିର୍ମାଣ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ କେନ୍ଦ୍ର ରେଳମନ୍ତ୍ରୀ ନିଜେ ଏହି ରେଳପଥର ସମୀକ୍ଷା କରିଛନ୍ତି । ତେବେ କେବେ ସମ୍ପୂର୍ଣ୍ଣ ହେବ ଏହି ରେଳପଥ ଏବଂ ନବରଙ୍ଗପୁରବାସୀଙ୍କ ସ୍ବପ୍ନ ପୂରଣ ହେବ ତାହା ଦେଖିବାକୁ ବାକି ରହିଲା ।

ନବରଙ୍ଗପୁରର ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated :Aug 23, 2021, 3:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.