ETV Bharat / state

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

author img

By

Published : May 21, 2022, 5:15 PM IST

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ ।
ଟ୍ରକ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ ।

ନବରଙ୍ଗପୁରରେ ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଅଜଣା ବାଇକ ଆରୋହୀଙ୍କର ମୃତ୍ୟୁ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ଜିଲ୍ଲାର ଡାବୁଗାଁ ବ୍ଲକ ସଦର ଠାରୁ ଜୁନାପାଣିକୁ ସଂଯୋଗ କରୁଥିବା ରାସ୍ତା ଅନ୍ତର୍ଗତ ମୋତିଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ ବାଇକକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ସୂଚନା ଅନୁସାରେ, ବାଇକ ଆରୋହୀ ଜଣକ ଡାବୁଗାଁରୁ ମୋତିଗାଁ ଆଡ଼କୁ ଯାଉଥିବାବେଳେ ସାମ୍ନାପଟୁ ଆସୁଥିବା ଏକ ଚିପ୍ସ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି । ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହକୁ ଜବତ କରି ପାପଡ଼ାହାଣ୍ଡି ମେଡିକାଲକୁ ସ୍ଥାନାନ୍ତର କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.