ETV Bharat / state

ହିତାଧିକାରୀଙ୍କୁ ପ୍ଲାଷ୍ଟିକ ଚାଉଳ ମିଳିବା ଘଟଣା, ଗାଁରେ ପହଞ୍ଚିଲା ଜିଲ୍ଲା କଂଗ୍ରେସ କମିଟି

author img

By

Published : Dec 9, 2021, 4:29 PM IST

Updated : Dec 9, 2021, 4:46 PM IST

PDS ଚାଉଳ ଘୋଟାଲା: ହିତାଧିକାରୀଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ, ତଦନ୍ତ କରିବାକୁ କଂଗ୍ରେସର ଦାବି
PDS ଚାଉଳ ଘୋଟାଲା: ହିତାଧିକାରୀଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ, ତଦନ୍ତ କରିବାକୁ କଂଗ୍ରେସର ଦାବି

ସରକାରଙ୍କ PDS ଚାଉଳରେ ବାହାରୁଛି ପ୍ଲାଷ୍ଟିକ ଚାଉଳ! ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତରେ PDS ରେ ବଣ୍ଟାଯାଇଥିବା ଚାଉଳରେ ଲମ୍ବା ଲମ୍ବା ଚାଉଳ ବାହାରି ଥିବାବେଳେ ସେଗୁଡିକୁ ପାଣିରେ ପକାଇଲେ ଭାସୁଥିବା ଏବଂ ନିଆଁ ଲଗାଇଲେ ପ୍ଲାଷ୍ଟିକ ଭଳି ଜଳୁଥିବା ଅଭିଯୋଗ ଆସିଛି । ଅଧିକ ପଢନ୍ତୁ

ନବରଙ୍ଗପୁର: ସରକାରଙ୍କ PDS ଚାଉଳରେ ବାହାରୁଛି ପ୍ଲାଷ୍ଟିକ ଚାଉଳ! ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ଜିଲ୍ଲାର ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତରେ PDSରେ ବଣ୍ଟାଯାଇଥିବା ଚାଉଳରେ ଲମ୍ବା ଲମ୍ବା ଚାଉଳ ବାହାରି ଥିବାବେଳେ ସେଗୁଡିକୁ ପାଣିରେ ପକାଇଲେ ଭାସୁଥିବା ଏବଂ ନିଆଁ ଲଗାଇଲେ ପ୍ଲାଷ୍ଟିକ ଭଳି ଜଳୁଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଜିଲ୍ଲା କଂଗ୍ରେସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ।

ସାଧାରଣ ଚାଉଳ ମଧ୍ୟରେ ଲମ୍ବା ଲମ୍ବା ଚାଉଳ, ଯାହାର ଆକୃତି ଭିନ୍ନ । ଯାହାକୁ ଦେଖିଲେ ପ୍ଲାଷ୍ଟିକ ଭଳି ଦେଖାଯାଉଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ଦହଡାମାଲ ଗାଁରେ ହିତାଧିକାରୀଙ୍କୁ ଏଭଳି ପ୍ଲାଷ୍ଟିକ ଆକୃତିର ଚାଉଳ ପଞ୍ଚାୟତ ତରଫରୁ ବଣ୍ଟନ କରାଯାଇଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ପଞ୍ଚାୟତର PDS ଚାଉଳଧାରୀ ଏବେ ଦ୍ବନ୍ଦ୍ବରେ ।

ହିତାଧିକାରୀଙ୍କୁ ପ୍ଲାଷ୍ଟିକ ଚାଉଳ ମିଳିବା ଘଟଣା, ଗାଁରେ ପହଞ୍ଚିଲା ଜିଲ୍ଲା କଂଗ୍ରେସ କମିଟି

ହିତାଧିକାରୀଙ୍କ କହିବାନୁଯାୟୀ, ସରକାରଙ୍କ ପକ୍ଷରୁ PDS ଚାଉଳ ବଣ୍ଟନ କରାଯାଉଥିଲା । ହିତାଧିକାରୀ ଚାଉଳକୁ ଘରକୁ ନେବା ପରେ ସେଥି ମଧ୍ୟରୁ କିଛି ଚାଉଳ ଭିନ୍ନ ଆକୃତିର ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଏବେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ଶୀଘ୍ର ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପ୍ଲାଷ୍ଟିକ ଆକୃତିର ଚାଉଳ ବଦଳରେ ଭଲ ଚାଉଳ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହି ଅଭିଯୋଗ ପରେ ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ କମିଟି ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାର ଗରିବ ହିତାଧିକାରୀମାନଙ୍କୁ କେଉଁ ପରିସ୍ଥିତିରେ ଏଭଳି ଚାଉଳ ଦିଆଗଲା ତାହାର ତଦନ୍ତ କରିବାକୁ ଦାବି କରିଛି ଏବଂ ସେହି ଗାଁର ହିତାଧିକାରୀଙ୍କ ନିକଟକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଛି । ଏଥିସହ ଘଟଣାରେ ଜଡ଼ିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଜିଲ୍ଲା କମିଟି ସଭାପତି ମୁନ୍ନା ତ୍ରିପାଠୀ ।

ଅପରପକ୍ଷରେ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ଏହି ଚାଉଳ କେଉଁ ଗୋଦାମରୁ ପଞ୍ଚାୟତକୁ ଆସିଲା ଏବଂ ଯୋଗାଣ ବିଭାଗ ଗୋଦାମକୁ କେଉଁ ମିଲର ଏହି ଚାଉଳ ଯୋଗାଇଥିଲା, ତାହାର ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ମତପ୍ରକାଶ ପାଇଛି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated :Dec 9, 2021, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.