ETV Bharat / state

ଅଜଣା ଗାଡି ଧକ୍କାରେ ଚାଲାଣକାରୀ ସହ ଦୁଇ ଗୋରୁ ମୃତ

author img

By

Published : Jun 17, 2022, 4:43 PM IST

ଅଜଣା ଗାଡି ଧକ୍କାରେ ଗୋରୁ ଚାଲାଣକାରୀ ସହ ଦୁଇ ଗୋରୁ ମୃତ
ଅଜଣା ଗାଡି ଧକ୍କାରେ ଗୋରୁ ଚାଲାଣକାରୀ ସହ ଦୁଇ ଗୋରୁ ମୃତ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ୨୨ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଗୋରୁ ଚାଲାଣକାରୀ ସହ ଦୁଇ ଗୋରୁ ମୃତ । ଅଧିକ ପଢନ୍ତୁ

ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ବ୍ଲକ ୨୨ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଗୋରୁ ଚାଲାଣକାରୀ ସହ ଦୁଇ ଗୋରୁ ମୃତ । ମୃତକ ହେଲେ ନବରଙ୍ଗପୁର ବ୍ଲକ ବଡକୁମୁଲି ପଞ୍ଚାୟତ ଅନ୍ତର୍ଗତ ଉର୍ଦି ଗ୍ରାମର କେଶବ ହରିଜନ (28) ।

ସୂଚନାଅନୁସାରେ, କେଶବ ଡାବୁଗାଁ ସାପ୍ତାହିକ ବଜାରରୁ ଗୋ ଚାଲାଣକରି ନବରଙ୍ଗପୁର ଅଭିମୁଖେ ଯାଉଥିବା ସମୟରେ ଟସର ବାଡ଼ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ କେଶବ ହରିଜନ ଓ ଦୁଇଟି ଗାଈର ମୃତ୍ୟୁ ହୋଇଥିଲା । ଖବର ପାଇ ପାପଡାହାଣ୍ଡି ଥାନା ଅଧିକାରୀ ମୀରା ନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.