ETV Bharat / state

ପୁତୁରାର ଟାଙ୍ଗିଆ ଚୋଟରେ ବଡ ବାପା ମୃତ

author img

By

Published : Jan 30, 2022, 8:41 AM IST

Updated : Jan 30, 2022, 9:03 AM IST

ପୁତୁରାର ଟାଙ୍ଗିଆ ଟୋଟରେ ବଡ ବାପା ମୃତ
ପୁତୁରାର ଟାଙ୍ଗିଆ ଟୋଟରେ ବଡ ବାପା ମୃତ

ଉମରକୋଟ ବ୍ଲକ୍ ଅନ୍ତର୍ଗତ ବୁର୍ଜା ଗ୍ରାମରେ ହତ୍ୟାକାଣ୍ଡ । ଜମିଜମା ବିବାଦକୁ ନେଇ ଗଡିଲା ମୁଣ୍ଡ । ପୁତୁରାର ଟାଙ୍ଗିଆ ଓ ଛୁରୀ ଚୋଟରେ ବଡ ବାପା ମୃତ, ଭାଇ ଗୁରୁତର । ଅଧିକ ପଢନ୍ତୁ

ନବରଙ୍ଗପୁର: ଜମିଜମା ବିବାଦକୁ ନେଇ ଗଡିଲା ମୁଣ୍ଡ । ପୁତୁରାର ଟାଙ୍ଗିଆ ଓ ଛୁରୀ ଚୋଟରେ ବଡ ବାପା ମୃତ, ଭାଇ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଉମରକୋଟ ବ୍ଲକ୍ ଅନ୍ତର୍ଗତ ବୁର୍ଜା ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଖାଡି ଗଣ୍ଡ । ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ କରୁଛି ଉମରକୋଟ ପୋଲିସ ।

ସୂଚନା ଅନୁଯାୟୀ ବୁର୍ଜା ଗ୍ରାମର ବାଘପାରା ସାହିରେ ରହୁଥିବା ଖାଡି ଗଣ୍ଡ ଓ ତାଙ୍କ ସାନ ଭାଇଙ୍କ ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗି ରହିଥିଲା । ଖାଡି ଗଣ୍ଡ ଗତକାଲି ଘରେ ରହିଥିବା ସମୟରେ ତାଙ୍କ ସାନ ଭାଇଙ୍କ ଦୁଇ ପୁଅ ହଠାତ୍ ଘର ମଧ୍ୟକୁ ପଶି ଆସି ଟାଙ୍ଗିଆ ଓ ଏକ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ପୁତୁରାର ଟାଙ୍ଗିଆ ଚୋଟରେ ଖାଡି ଗଣ୍ଡଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣରେ ଘାଡିଙ୍କ ପୁଅ ରବିନ୍ଦ୍ର ଗଣ୍ଡଙ୍କ କାନ୍ଧ ଓ ଛାତିରେ ଆଘାତ ଲାଗିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଯାଇଥିଲା ।

ପୁତୁରାର ଟାଙ୍ଗିଆ ଟୋଟରେ ବଡ ବାପା ମୃତ

ଏନେଇ ଖବର ପାଇ ଉମରକୋଟ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି । ଏଥି ସହ କଳାହାଣ୍ଡିରୁ ଏକ ସାଇନଟିଫିକ ଟିମ୍ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଘଟାଇ ଥିବା ଆହୁରି ତିନି ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ ପ୍ରକାଶ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated :Jan 30, 2022, 9:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.