ETV Bharat / state

ମାଲକାନଗିରି ଓ ନବରଙ୍ଗପୁର ଗସ୍ତରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭିନ୍ନ ଭିତ୍ତିଭୂମିର ସମୀକ୍ଷା

author img

By

Published : Jul 15, 2021, 10:29 PM IST

ମାଲକାନଗିରି ଓ ନବରଙ୍ଗପୁର ଗସ୍ତରେ ମନ୍ତ୍ରୀ ତୁଷାର କାନ୍ତି ବେହେରା
ମାଲକାନଗିରି ଓ ନବରଙ୍ଗପୁର ଗସ୍ତରେ ମନ୍ତ୍ରୀ ତୁଷାର କାନ୍ତି ବେହେରା

ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁର/ଭୁବନେଶ୍ବର : ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଆଜି ମାଲକାନଗିରି ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମନ୍ତ୍ରୀ । ବୈଠକରେ କୃଷି, ସ୍ବାସ୍ଥ୍ୟ, ରାସ୍ତାଘାଟ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ଖାଦ୍ୟଯୋଗାଣ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଛି ।

ମାଲକାନଗିରି ଓ ନବରଙ୍ଗପୁର ଗସ୍ତରେ ମନ୍ତ୍ରୀ ତୁଷାର କାନ୍ତି ବେହେରା

ଜିଲ୍ଲାରେ କୋଭିଡ୍‌ ନିୟନ୍ତ୍ରଣ ଏବଂ ପୂର୍ବ ଯୋଜନା କମିଟି ବୈଠକରେ ଅନୁମୋଦିତ ପ୍ରକଳ୍ପ କାର୍ଯ୍ୟକାରୀ କରାଇବାରେ ଜିଲ୍ଲା ପ୍ରଶାସନ ଭଲ କାର୍ଯ୍ୟ କରିଥିବାରୁ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଯେଉଁ ବିକାଶମୂଳକ କାର୍ଯ୍ୟ ବାକି ରହିଯାଇଛି, ତାହାକୁ ସଂପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବାହ୍ନରେ ମନ୍ତ୍ରୀ ଜିଲ୍ଲାର କ୍ରୀଡ଼ା ଛାତ୍ରାବାସ ବୁଲିଯିବା ସହିତ ସେଠାକାର ଅନ୍ତେବାସୀଙ୍କ ସହ କଥା ହୋଇଛନ୍ତି । ସେଠାରେ ରହିବା, ଖାଦ୍ୟପେୟ, ତାଲିମ ବ୍ୟବସ୍ଥା,କ୍ରୀଡ଼ା ସରଞ୍ଜାମ ଓ ଭିତ୍ତିଭୂମି ବିଷୟରେ ଆଲୋଚନା କରିଛନ୍ତି । ବୈଠକରେ ସାଂସଦ ରମେଶ ମାଝୀ, ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା କମିଟିର ସମସ୍ତ ସଦସ୍ୟ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସେହିପରି ଅପରାହ୍ନରେ ମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିଛନ୍ତି । ଜିଲ୍ଲାର ବିଭିନ୍ନ ଆଇଟି ଭତ୍ତିଭୂମି ଓ କ୍ରୀଡ଼ା ଭିତ୍ତିଭୂମି ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳରେ କ୍ରୀଡ଼ାର ବିକାଶ ସହ ତୃଣମୂଳ ସ୍ତରରୁ ଭଲ ଖେଳାଳୀ ସୃଷ୍ଟି ପାଇଁ ଲକ୍ଷ୍ୟ ରଖିଥିବାବେଳେ ଆମକୁ ସେଥି ନେଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି । ଆସନ୍ତାକାଲି ମନ୍ତ୍ରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ କ୍ରୀଡ଼ା ଭିତ୍ତିଭୂମି ଏବଂ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.