ETV Bharat / state

ତେନ୍ତୁଳିଖୁଣ୍ଟିରେ ବଜ୍ରପାତ: ଜଣେ ମହିଳା ଆହତ, ୨ ଗୋରୁ ମୃତ

author img

By

Published : Jun 2, 2021, 10:55 PM IST

lightening in nabarangpur women injured 2 cow death
ବଜ୍ରପାତରେ ଜଣେ ମହିଳା ଆହତ,୨ ଗୋରୁ ମୃତ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ବଜ୍ରପାତ । ବଜ୍ରପାତରେ ଜଣେ ମହିଳା ଆହତ ହୋଇଥିବାବେଳେ ୨ ଗୋରୁ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

ନବରଙ୍ଗପୁର: ବଜ୍ରପାତ ଘଟି ଜଣେ ମହିଳା ଆହତ, ୨ ଗୋରୁ ମୃତ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଁଳାଭଟ୍ଟା ପଞ୍ଚାୟତ ଡେଙ୍ଗାଗୁଡ଼ା ଗାଁରେ ଘଟିଛି ଏହି ଅଘଟଣ ।

ବଜ୍ରପାତରେ ଜଣେ ମହିଳା ଆହତ,୨ ଗୋରୁ ମୃତ

ଆଜି ପବନ ବୋହିବା ସହ ଘଡ଼ଘଡି଼ ସାଙ୍ଗକୁ ବର୍ଷା ହୋଇଥିଲା । ଡେଙ୍ଗାଗୁଡ଼ା ଗ୍ରାମର ଅନାଶୁ ଜାନିଙ୍କ ଘର ପାଖରେ ହଠାତ୍‌ ବଜ୍ରପାତ ହେବାରୁ ଖଳାରେ ବନ୍ଦା ହୋଇଥିବା ତାଙ୍କର ୨ଟି ଗୋରୁଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ବିଳାସି ନାୟକ ନାମକ ମହିଳା ଆହତ ହୋଇଛନ୍ତି । ଆହତ ମହିଳା ଜଣଙ୍କୁ 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l

ସୂଚନା ଅନୁଯାୟୀ ଡେଙ୍ଗାଗୁଡା ଗ୍ରାମର ଅନାଶୁ ଜାନି ଋଣ ଓ କୁଲି ମଜୁରୀ କରି ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ 12 ହଜାରରୁ ଊର୍ଦ୍ଧ୍ବ ଟଙ୍କାରେ ଦୁଇଟି ଗୋରୁ କିଣିଥିଲେ । ନିଜ ଚାଷ ଜମି କାର୍ଯ୍ୟରେ ଗୋରୁଙ୍କୁ ବ୍ୟବହାର ସହିତ ଅନ୍ୟ ଲୋକଙ୍କ ଚାଷ ଜମିରେ ହଳ କରି ଦୁଇ ପଇସା ରୋଜଗାର ଆଶା ରଖିଥିଲେ । କିନ୍ତୁ ଆଜି ବଜ୍ରାଘାତରେ ଦୁଇ ଗୋରୁଙ୍କ ଅକାଳ ବିୟୋଗ ହୋଇଯିବାରୁ ଅନାଶୁ ଜାନିଙ୍କ ପରିବାର ଏବେ ଭାଙ୍ଗି ପଡିଛନ୍ତି l ତେବେ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଗୋରୁ ମାଲିକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.