ETV Bharat / state

କୋରୋନା ମୁକାବିଲା ପାଇଁ ନେଇ ଜିଲ୍ଲା ପ୍ରଶାସନର ପ୍ରେସମିଟ

author img

By

Published : Jan 9, 2022, 9:48 PM IST

ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ରବିବାର ଜିଲ୍ଲାପାଳ ସମୀକ୍ଷା କରିଛନ୍ତି l ଜିଲ୍ଲାରେ ଦ୍ରୁତ ସଂକ୍ରମଣରେ ବ୍ରେକ ଲଗାଇବା ସହ କିଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡି ହେବ ସେ ନେଇ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରିଛନ୍ତି l ଅଧିକ ପଢନ୍ତୁ

କୋରୋନା ମୁକାବିଲା ପାଇଁ ନେଇ ଜିଲ୍ଲା ପ୍ରଶାସନର ପ୍ରେସମିଟ
କୋରୋନା ମୁକାବିଲା ପାଇଁ ନେଇ ଜିଲ୍ଲା ପ୍ରଶାସନର ପ୍ରେସମିଟ

ନବରଙ୍ଗପୁର: ଫେରିଲା କୋରୋନା ବଢ଼ିଲା ଚିନ୍ତା । ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ରବିବାର ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ସମୀକ୍ଷା କରିଛନ୍ତି l ଜିଲ୍ଲାରେ ଦ୍ରୁତ ସଂକ୍ରମଣରେ ବ୍ରେକ ଲଗାଇବା ସହ କିଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡି ହେବ ସେନେଇ ସମୀକ୍ଷା ବୈଠକରେ ଉପ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି l ଜିଲ୍ଲାର ପୁରଣା କୋଭିଡ କେନ୍ଦ୍ରରେ ବ୍ୟକ୍ତିଗତ ଭାବରେ ବୁଲି ଦେଖିବା ସହ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ।

କୋରୋନା ମୁକାବିଲା ପାଇଁ ନେଇ ଜିଲ୍ଲା ପ୍ରଶାସନର ପ୍ରେସମିଟ

ଜିଲ୍ଲାରେ କୋରୋନା ସଂକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l କୋରୋନାର ଏହି ଲହରକୁ ପ୍ରତିହତ କରିବା ପାଇଁ ଜିଲ୍ଲାରେ କିଭଳି ପ୍ରସ୍ତୁତି ରହିଛି ସେ ବାବଦରେ ଜିଲ୍ଲାପାଳ ପ୍ରେସମିଟରେ ସୂଚନା ଦେଇ କହିଛନ୍ତି ଯେ ଆସନ୍ତାକାଲି କୋଭିଡ କେନ୍ଦ୍ର ଖୋଲାଯିବ । ଜିଲ୍ଲାର ସଦର ମହକୁମା ଡାକ୍ତରଖାନାରେ ୧୪ଟି ଶଯ୍ୟା ବିଶିଷ୍ଟ କୋଭିଡ ୱାର୍ଡ ପ୍ରସ୍ତୁତ କରାଯାଇଥିବା ଏବଂ ସେଥିମଧ୍ୟରୁ ୫ ଟି ଶିଶୁ ମାନଙ୍କ ପାଇଁ ଉପଲବ୍ଧ କରାଯାଇଥିବା ସୂଚନା ଦେଇଛନ୍ତି । ଜିଲ୍ଲାର ପ୍ରଥମ ଓ ଦ୍ଵିତୀୟ ଲହର ସମୟରେ କାର୍ଯ୍ୟକାରୀ ହୋଇଥିବା ଜିଲ୍ଲା ବିଇଡି କଲେଜ ହିରଲୀ ଠାରେ ୧୮୪ ଶଯ୍ୟା ବିଶିଷ୍ଟ ଓ ୧୨ ଗୋଟି ଆଇସିୟୁ ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏଥି ସହିତ ଜିଲ୍ଲାରେ ରାଇଘର, ଉମରକୋଟ,ଚନ୍ଦାହାଣ୍ଡି, କୋଷାଗୁମୁଡା, ନବରଙ୍ଗପୁର, ଝରିଗାଁ ଠାରେ କୋଭିଡ କେୟାର ସେଣ୍ଟରଗୁଡିକ ମଧ୍ୟ କାର୍ଯ୍ୟକ୍ଷମ କରାଯାଉଛି । ଏଥି ମଧ୍ୟରୁ ରାଇଘର ଅନ୍ବେଷା ହଷ୍ଟେଲ ନବରଙ୍ଗପୁର ଅନ୍ଵେଷା ହୋଷ୍ଟେଲ , ଉମରକୋଟ (ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ହଷ୍ଟେଲ , ବଡଭରଣ୍ଡି ) ଆସନ୍ତା ୧୨.୦୧.୨୦୨୨ ଠାରୁ କାର୍ଯ୍ୟ କ୍ଷମକରାଯିବ । ଏଥି ପାଇଁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମେଡିକାଲକୁ ଆବଶ୍ୟକ ଅମ୍ଳଜାନ ସିଲିଣ୍ଡର ସହ ଆବଶ୍ୟକ ଉପକରଣ ମଧ୍ୟ ଯୋଗାଇଦେବର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆବଶ୍ୟକ ସ୍ଥଳେ ଅବଶିଷ୍ଟ ତିନି ଗୋଟି କୋଭିଡ଼ କେୟାର ସେଣ୍ଟର ଖୋଲା ଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଆବଶ୍ୟକ ସଂଖ୍ୟକ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗଙ୍କୁ ଅବଗତ କରାଯାଇଛି । ବର୍ତ୍ତମାନ ଜିଲ୍ଲାରେ ୧୭୮ଟି ଆକ୍ଟିଭ ମାମଲା ରହିଛି , ସେଥ୍ ମଧ୍ୟରୁ ଗୋଟିଏ ଓମିକ୍ରନ ମାମଲା ରହିଛି । ଏଥିସହ ଜିଲ୍ଲାବାସୀଙ୍କୁ ମାକ୍ସ ବ୍ୟବହାର, ସାମାଜିକ ସମଦୂରତା ପାଳନ କରିବା ପାଇଁ ନିବେଦନ କରିଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.