ETV Bharat / state

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ କଲେ ଗ୍ରାମବାସୀ

author img

By

Published : Jul 1, 2021, 10:19 PM IST

ରାଇରଙ୍ଗପୁରରେ ଉଦ୍ଧାର ହେଲା ମହିଳାଙ୍କ ଝୁଲନ୍ତା ମୃତଦେହ । ହତ୍ୟା ସନ୍ଦେହ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ..

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ କଲେ ଗ୍ରାମବାସୀ
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ କଲେ ଗ୍ରାମବାସୀ

ରାଇରଙ୍ଗପୁର: ଉଦ୍ଧାର ହୋଇଛି ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବାଇଦାପୋଷି ଗ୍ରାମରେ। ମୃତ ମହିଳାଜଣକ ବାଇଦାପୋଷି ଗ୍ରାମର ସୂର୍ଯ୍ୟମଣି ମୁଣ୍ଡା ବୋଲି ପୋଲିସ ସୂଚନା ମିଳିଛି । ତେବେ ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ କଲେ ଗ୍ରାମବାସୀ

ମିଳିଥିବା ସୂଚନା ଅନୁସାରେ, ମହିଳାଜଣଙ୍କ ନିଜ ରୋଷେଇ ଘରେ ଏକ ଶାଢ଼ୀ ସାହାଯ୍ୟରେ ଝୁଲୁଥିବା ଦେଖି ଆଖପାଖ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବାରିପଦାରୁ ସାଇଣ୍ଟିଫିକ ଟିମକୁ ମଧ୍ୟ ଡ଼କାଇଥିଲା। ସାଇଣ୍ଟିଫିକ ଟିମ୍ ଆସି ଘଟଣାସ୍ଥଳରେ ଅଧିକ ଛାନଭିନ କରିବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଯାଇଥିଲା। ସେପଟେ ମହିଳାଙ୍କ ପରିବାରରେ କଳହ ଲାଗି ରହୁଥିବା ଯୋଗୁ ତାଙ୍କ ସ୍ବାମୀ ମଧ୍ୟ ମଧ୍ୟ ସନ୍ଦେହ ଘେରକୁ ଆସିଛନ୍ତି । ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.