ETV Bharat / state

ମଣିଷ ନା ପଶୁ ? ଜୁଇରୁ ଦରପୋଡା ମାଂସ ଖାଇଗଲେ ମଦ୍ୟପ

author img

By

Published : Jul 12, 2023, 6:06 PM IST

ଦରପୋଡ଼ା ମାଂସ ଖାଇଲେ ମଦ୍ୟପ
ଦରପୋଡ଼ା ମାଂସ ଖାଇଲେ ମଦ୍ୟପ

ଗାଁ ଶ୍ମଶାନରୁ ଝିଅର ଦରପୋଡା ମାଂସକୁ ଦୁଇ ଜଣ ବ୍ୟକ୍ତି ଝୁଣି ଖାଇଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏହାପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସର ଜିମା ଦେଇଛନ୍ତି । ଅଧିକ ପଢନ୍ତୁ

ଦରପୋଡ଼ା ମାଂସ ଖାଇଲେ ମଦ୍ୟପ

ରାଇରଙ୍ଗପୁର: ଆଶ୍ଚର୍ଯ୍ୟ ! ଚକିତ... ମଣିଷର ମଣିଷପଣିଆକୁ ମାରିଦେଲା ମଦ ! ଏକଥା ଆମେ କହୁନୁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବନ୍ଧସାହି ଗ୍ରାମରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଏଭଳି ଭାବିବାକୁ ବାଧ୍ୟ କରିବ । ଏଠାରେ ମଦ ନିଶାରେ ୨ ବ୍ୟକ୍ତି ଦରପୋଡା ମଣିଷ ମାଂସ ଖାଇଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ଉଭୟଙ୍କୁ ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଉଭୟ ବ୍ୟକ୍ତି ହେଲେ ବଡସାହି ଥାନା ଅଧୀନ ଦାନ୍ତୁଣୀ ଗ୍ରାମର ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ।

ସୂଚନା ଅନୁଯାୟୀ, ମଙ୍ଗଳବାର ବଡ଼ସାହି ଥାନା ଅନ୍ତର୍ଗତ ବନ୍ଧସାହି ଗ୍ରାମର ମଧୁସ୍ମିତା ସିଂ ନାମକ ଜଣେ ଯୁବତୀଙ୍କ କୌଣସି କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ । ପରିବାରଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ସେ ମୃତ୍ୟୁବରଣ କରିଥିଲେ । ପରେ ଏ ସମ୍ପର୍କରେ ବଡ଼ସାହି ଥାନା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା ଏବଂ ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠାଇଥିଲା ବଡ଼ସାହି ଥାନା ପୋଲିସ ।

ପିଆରଏମ ମେଡିକାଲ କଲେଜରେ ମୃତଦେହ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା ପୋଲିସ । ତେବେ ଶୋକାକୁଳ ପରିବେଶ ମଧ୍ୟରେ ପରିବାର ଲୋକେ ଝିଅର ମୃତଦେହକୁ ନିଜ ଘରକୁ ଆଣିବା ସହ ଶେଷକୃତ୍ୟ ପାଇଁ ଗାଁ ନିକଟସ୍ଥ ଶ୍ମଶାନକୁ ନେଇଥିଲେ । ସେଠାରେ ମୃତଦେହକୁ ଦାହ କରିଥିଲେ ପରିବାର ଓ ଗ୍ରାମବାସୀ ।

ସେହି ସମୟରେ ଶରୀରର କିଛି ଅଂଶ ଦରପୋଡା ରହିଯାଇଥିବାରୁ ସେଠାରେ ଉପସ୍ଥିତ ଥିବା ଜଣେ ତାନ୍ତ୍ରିକ ଏବଂ ତାଙ୍କ ସହଯୋଗୀ ତାକୁ ଜୁଇରେ ପକାଇବାକୁ ପରାମର୍ଶ ଦେଇଥିଲେ। ପରେ ମୃତ ଶରୀରର ସେହି ଦରପୋଡା ମାଂସ ଆଣି ଉଭୟ ଖାଇବାକୁ ଲାଗିଥିଲେ । ଯାହା ଦେଖିବା ପରେ ଗ୍ରାମବାସୀ ବାରଣ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ । ଏପରି ଘଟଣା ପରେ ତୁରନ୍ତ ବଡ଼ସାହି ଥାନା ପୋଲିସକୁ ଖବର ଦେଇଥିଲେ ଉତ୍ତ୍ୟକ୍ତ ଲୋକେ।

ଏହା ମଧ୍ୟ ପଢନ୍ତୁ...କେନ୍ଦ୍ରାପଡାରେ ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣା; ପୋଲିସର ଶୂନ୍ୟ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାସ୍ତାରୋକ

ତେବେ ଏହି ଘଟଣାକୁ ନେଇ ବନ୍ଧସାହି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବଡ଼ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ନେଇ ଯାଇଥିଲେ । ଥାନାରେ ଦୁଇ ଅଭିଯୁକ୍ତ ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂକୁ ଅଟକ ରଖି ପଚରାଉଚରା ଜାରି ରଖିଛି ବଡ଼ସାହି ଥାନା ପୋଲିସ । ତେବେ ସୁନ୍ଦର ମୋହନ ଆଖପାଖ ଗାଁ ଗୁଡିକରେ ଝଡାଫୁଙ୍କା କାର୍ଯ୍ୟ କରୁଥିବାବେଳେ ନରେନ୍ଦ୍ର ହେଉଛନ୍ତି ତାଙ୍କ ସହଯୋଗୀ । ତେବେ ନିଶାଗ୍ରସ୍ତ ଅବସ୍ଥାରେ ଦୁହେଁ ଏପରି ଅମାନବୀୟ କାଣ୍ଡ ଘଟାଇଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ବଡ଼ସାହି ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.